Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶପ୍ରେମର ସୈନିକ ଫେରିଲେ ଭିଟାମାଟିକୁ

ସମ୍ବଲପୁର: ପରିବାର ମୋହ ଛାଡି ଯାଇଥିଲେ ଦେଶ ପ୍ରେମରେ ନିଜର ଉତ୍ସର୍ଗିତ ମନୋଭାବ ରଖି। ଭାରତ ଭଳି ସାର୍ବଭୋମ୍ୟ ରାଷ୍ଟ୍ରର ମର୍ଯାଦା ରଖିବାକୁ ଯୌବନାସ୍ଥାରୁ ସେ ସାଜିଥିଲେ ସୈନିକ। ଦେଶ ରକ୍ଷକ । ୩୦ ବର୍ଷ ଧରି ଦେଶ ପାଇଁ ନିଜର ଉତ୍ସର୍ଗିତ ଜୀବନ ଶେଷରେ ଫେରି ଆସିଛି ନିଜ ପରିବାର କୋଳକୁ । ଏଭଳି ଜଣେ ସୈନିକର ଅବସର ସମୟକୁ ଅପେକ୍ଷା କରିଥିଲେ ସାରା ପରିବାର । ସୈନିକ ଘରେ ପହଞ୍ଚିବା ପରେ ଯେଉଁ ଆନନ୍ଦ ଉତ୍ସାହ ଦେଖାଦେଇଥିଲା ତାହାହିଁ ଥିଲା ଏକ ଅପୁର୍ବ ଆନନ୍ଦର ମହୋତ୍ସବ । ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ଖରସଲମାଲ ପଞ୍ଚାୟତ ଅଧିନସ୍ଥ ଟାଙ୍ଗରପାଲି ଗ୍ରାମର ସ୍ୱର୍ଗତ ଜ୍ୟୋତିଷ କୁମାର ପଣ୍ଡାଙ୍କ ପୁଅ ବିକାଶ ଚନ୍ଦ୍ର ପଣ୍ଡା ତେଲେଙ୍ଗନା ରାଜ୍ୟର ସିକନ୍ଦରାବାଦରୁ ଅବସର ନେବାପରେ ଆଜି ନିଜ ବାସସ୍ଥାନରେ ପହଞ୍ଚିଥିଲେ।ଏହି ଖୁସୀରେ ଆତ୍ମହରା ପରିବାର ଜ୍ଞାତି କୁଟୁମ୍ବ ଓ ପାଖ ପଡୋଶୀ ମଧ୍ୟରେ ଉତ୍କର୍ଷତାର ନିଦର୍ଶନ ଦେଖିବାକୁ ମିଳିଥିଲା। ଘର କୁଟୁମ୍ବ ଉତ୍ସାହର ସହିତ ବିକାଶଙ୍କୁ କେବଳ ସ୍ୱାଗତ କରିନଥିଲେ ବରଂ ଦେଶପ୍ରେମର ଉପଯୁକ୍ତ ସମ୍ମାନ ଦେଇଥିଲେ ।

ଏଥିରେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ପଣ୍ଡା,ବାହାମ ସେବା ସମବାୟ ସମିତିର ପୁର୍ବତନ ସଭାପତି ତଥା ବରିଷ୍ଟ କଂଗ୍ରେସ ନେତା ଅଶୋକ କୁମାର ପୁରୋହୀତଙ୍କ ସହିତ ବହୁ ମାନ୍ୟଗଣ ଉପସ୍ଥିତ ରହିଥିଲେ। ଏହି ଅବସର ପ୍ରାପ୍ତ ସୈନିକ ବିକାଶ ଆର୍ମିର ସୁବେଦାର ହିସାବରେ ଅରୁଣାଚଳ ପ୍ରଦେଶର ଲୀଳାବାଲି,ରାଜସ୍ଥାନର ବିକାନେର୍,ମଧ୍ୟପ୍ରଦେଶର ଇଟାର୍ସି,ଶ୍ରନଗରର ଅନନ୍ତନାଗ,ଆସାମର ଝୋରହାଟ୍,ସିକିମର ନାଥୁଲା ପରି ସବୁଠି ଓ ସବୁ ମହଳରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଜଣେ ସୈନିକର ମହାନତା ଦେଖାଇ ଶେଷରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି । ଫଳରେ ଏହାକୁ ନେଇ ଯେଉଁ ଖୁସୀର ମାହୋଲ ତିଆରି ହୋଇଛି ତାହାହିଁ ତାଙ୍କ ଜୀବନର ଶ୍ରେଷ୍ଟ ସମ୍ମାନ ବୋଲି ଅବସର ପ୍ରାପ୍ତ ସୈନିକ ବିକାଶ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ