Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୁମ୍ଭାରୀ ଯୋଗବିଜ୍ଞାନ ପରିକ୍ଷଣ ପ୍ରତିଷ୍ଠାନରେ ଗୁରୁପୂଜନ

ବରପାଲି : କୁମ୍ଭାରୀ ବିବେକାନନ୍ଦ ଆଶ୍ରମ ପରିସରରେ ବରପାଲି ବ୍ଲକ ଯୋଗ ବିଜ୍ଞାନ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଗୁରୁପୂଜନ ମହୋତ୍ସବ ପାଳିତ ହୋଇଯାଇଛି । ସୋମବାର କୁମ୍ଭାରୀ ସ୍ଵାମୀ ବିବେକାନନ୍ଦ ଯୋଗାଶ୍ରମ ପରିସରରେ ଗୁରୁଜୀ ପ୍ରଭୁ ଶରଣାତ ଆନନ୍ଦଙ୍କ ଦ୍ବାରା କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା । ମାନବ କଲ୍ୟାଣାର୍ଥେ ଅନ୍ଧବିଶ୍ବାସ କୁସଂସ୍କାର ମୂଳକ ଚିନ୍ତାଧାରାରୁ ନିଜକୁ ମୁକ୍ତ ରଖିପାରିଲେ ଦିବ୍ୟଜିବନର ଅଧିକାରି ହେବା ସହିତ ପରମାନନ୍ଦଙ୍କ ସାନ୍ନିଧ୍ଯ ମିଳିପାରିବ ବୋଲି ଗୁରୁଜୀ ଆନନ୍ଦ ପ୍ରଧାନ ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ମୂଖ୍ୟ ଆଚାର୍ଯ୍ୟ ଶେଷଦେବ ବେହେରା,ସନ୍ଯାସୀ ବଳରାମ ପ୍ରମୁଖ ଯୋଗ ଦେଇଥିଲେ । ମାନବ ଧର୍ମର ଲକ୍ଷ୍ୟ ହେଉଛି ଇଶ୍ଵରପ୍ରାପ୍ତି । ଏହି ମାର୍ଗରେ ଅଗ୍ରସର ହେବାକୁ ହେଲେ ଗୁରୁଶିଷ୍ୟ ପରମ୍ପରା ଅଧାରରେ ମାନବ ଜାତିର କଲ୍ୟାଣ , ସହିତ ଶିକ୍ଷା ଓ ଶିକ୍ଷା ସମ୍ପୂର୍ଣ ବିଜ୍ଞାନ ସମ୍ମତ ହେବା ଉଚିତ ବୋଲି ଅତିଥି ମାନେ ସତଶିକ୍ଷା ମାନ ପ୍ରଦାନ କରିଥିଲେ । ସେହିପରି ଓଁକାର ତତ୍ବ,ବ୍ରହ୍ମଜ୍ଞାନ ଯୋଗ ବିଜ୍ଞାନ ପ୍ରଭୁତି ବିଷୟ ଉପରେ ବିଶଦ୍ ଭାବେ ଆଲୋଚନା ମାନ ହୋଇଥିଲା । ପ୍ରକାଶ ପ୍ରଧାନଙ୍କ ସଂଯୋଜନାରେ ଧର୍ମସଭା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ସଭା ପ୍ରାରମ୍ଭରୁ ଅତିଥି ମାନଙ୍କ ଗହଣରେ ସାଧକ ଓ ସାଧିକା ମାନେ ସ୍ଵାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସ ଏବଂ ଗୁରୁମାତା ସାରଦା ଦେବୀଙ୍କ ପୂଜର୍ଜନା ସହ ଆଶିର୍ବାଦ ଭିକ୍ଷା କରିଥିଲେ । ସମସ୍ତ ଶିଶ୍ଯା ଓ ଶିଶ୍ଯ ସାଧକ ମାନେ ଗୁରୁ ଓ ଗୁରୁମାତାଙ୍କ ସହ ଗୁରୁବନ୍ଦନା ଓ ପଦଧୌତ ମାଧ୍ୟମରେ ପୂଜାର୍ଜନା କଲାପରେ ଆଶିର୍ବାଦ ଭିକ୍ଷା ପରମ୍ପରାକୁ ବଜାୟ ରଖିଥିଲେ । ଏହି ଅବସରରେ ଦିବ୍ଯ ମାହାତ୍ମ୍ଯକୁ ନେଇ ମହେନ୍ର୍ଦ ମହାଣା, ବଳବନ୍ତ ଛତ୍ରିଆ, ଗିତାଞ୍ଜଳୀ ବାରିକ ପ୍ରମୁଖ ବକ୍ତବ୍ଯ ରଖିଥିବା ବେଳେ ସାଧକ ଅଧ୍ୟାପକ ବିଦ୍ୟାଧର ଚିନ୍ର୍ଦାଙ୍କ ତତ୍ୱାଧାନରେ ମମତା ବିଶି,ବାସନ୍ତି, ବିଳାଶିନୀ, ଅଶୋକ, ସଞ୍ଚୟ,କର୍ଣ୍ଣ,ସରୋଜ ପ୍ରମୁଖଙ୍କ ଦ୍ବାରା ଆଧ୍ଯାତ୍ମିକ ସଂଗିତ ମାନ ପରିବେଷଣ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଥିବ ବିବେକାନନ୍ଦ ଆଶ୍ରମ ବରପାଲି , ଅତାବିରା , ବରଗଡ , ପଦ୍ମପୁର , ସୋହେଲା , ବିଜେପୁର , ଭେଡ଼େନ ଓ ଭଟଲି ଅଚଂଳର ସାଧକ ଓ ସାଧିକାଙ୍କ ସମେତ ଶିଷ୍ୟଶିଷ୍ୟା ମାନେ ମହୋତ୍ସବରେ ସାମିଲ ହୋଇଥିଲେ ।