Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ଵତୀ ଶିଶୁ ବିଦ୍ଯା ମନ୍ଦିର ଗୁରୁପୁର୍ଣିମା ପାଳିତ

ଲକ୍ଷ୍ମୀପୁର,୩/୦୭ …, ସୋମବାର ଦିନ ଲକ୍ଷ୍ମୀପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଭାର ପ୍ରାପ୍ତ ପ୍ରଧାନ ଆଚାର୍ଯ୍ଯା ବିଜୟଲକ୍ଷ୍ମୀ ମିଶ୍ରଙ୍କ ଅଧ୍ୟାକ୍ଷତାରେ “ଶ୍ରୀ ଗୁରୁ ପୂର୍ଣ୍ଣିମା ” ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ବନ୍ଦନା ପରିଚାଳନା କରିଥିଲେ ଗୁରୁମା ଆରତି ପ୍ରିୟଦର୍ଶିନୀ ସାହୁ । ସ୍ଥାନୀୟ ସାଙ୍ଗାନା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ମଣ୍ତଳ, ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା, ଇଂରାଜୀ ଶିକ୍ଷକ ସପନ କୁମାର ଦିକ୍ଷୀତ ମା ସାରଦାଙ୍କ ନିକଟରେ ଦୀପ ପ୍ରଜ୍ଵଳନ ପୂର୍ବକ ଏହି ଦିବସର ଶୁଭାରମ୍ଭ କରିଥିଲେ ,ତତ୍ ସହିତ ପ୍ରତ୍ୟେକଙ୍କ ଜୀବନରେ ଗୁରୁରଙ୍କ ମହତ୍ତ୍ବ ବିଷୟରେ ମାର୍ଗ ଦର୍ଶନ କରାଇଥିଲେ । ବିଦ୍ଯାଳୟର ଗୁରୁମା ସୁଜ୍ଞାନ କଲ୍ଯାଣ ଗିରି ମହର୍ଷି ବ୍ଯାସଦେବଙ୍କ ଜୀବନୀ କଥନ କରିଥିଲେ ।କାର୍ଯ୍ୟକ୍ରମ ରେ ଶିଶୁ ମନ୍ଦିର ର ଛାତ୍ରଛାତ୍ରୀ ସମସ୍ତ ଗୁରୁଜୀ/ ଗୁରୁମା, ସେବିକା ସହଯୋଗ କରିଥିଲେ। ସେହିପରି ଅନେକ ଛାତ୍ରଛାତ୍ରୀ ନିଜର ଗୁରୁ ଓ ଗୁରୁମାତାଙ୍କୁ ସୋସିଆଲ୍ ମିଡିଆରେ ଗୁରୁପୁର୍ଣିମା ଉପଲକ୍ଷେ ସନ୍ଦେଶ ପ୍ରେରିତ କରିଥିବା ବେଳେ ମିଜ ବାପା ମା ଙ୍କୁ ମଧ୍ୟ ପୂଜା କରିଥିବା ଦେଖିବାକୁ ମିଳିଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ