ସିଂହଦ୍ୱାରରେ ଲାଗିଥିବା ସିଂହମୂର୍ତ୍ତି ଭୁଲ ଭାବରେ ଲଗାଯାଇଥିବା ନେଇ ଚର୍ଚ୍ଚା


ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ସିଂହଦ୍ୱାରରେ ନୂଆ ରୂପା ଛାଉଣୀ କାର୍ଯ୍ୟ କରାଯାଉଥିଲା। ଏବେ ସିଂହଦ୍ୱାରରେ ନିର୍ମାଣ ଶୈଳୀକୁ ନେଇ ବିବାଦ ଦେଖାଦେଇଛି। ସିଂହଦ୍ୱାରରେ ଲାଗିଥିବା ସିଂହମୂର୍ତ୍ତି ଭୁଲ ଭାବରେ ଲଗାଯାଇଥିବା ନେଇ ଚର୍ଚ୍ଚା ହେଉଛି । ହେଲେ ଘୁରିବୁଲୁଥିବା ଏହି ଫଟୋ କେହି ବ୍ୟକ୍ତି ଏଡିଟ କରି ଭୁଲ ଚିତ୍ରିତ କରି ସୋସିଆଲ ମିଡ଼ିଆରେ ଛଡ଼ାଯାଇଥିବା କୁହାଯାଇଛି । ଦୁଇ ସିଂହମୂର୍ତ୍ତିକୁ ଏଡ଼ିଟ କରି ଦୁଇ ସିଂହମୂର୍ତ୍ତିଙ୍କ ମୁହଁ ଗୋଟିଏ ପାଶ୍ୱର୍କୁ ରଖାଯାଇଛି।

ତେବେ ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ପୂର୍ବରୁ ସିଂହଦ୍ୱାରରେ ଯେଉଁଭଳି ଦୁଇ ସିଂହମୂର୍ତ୍ତି ଥିଲା ଏବେ ବି ସେହିଭଳି ରହିଛି । ରୂପା ଲାଗିବା ପରେ କୈାଣସି ପରିବର୍ତନ ହୋଇନାହିଁ । କେହି ପୂର୍ବ କବାଟରେ ଥିବା ସିଂହମୂର୍ତ୍ତିକୁ ଏଡ଼ିଟ କରି ଭକ୍ତଙ୍କୁ ଭୁଆଁ ବୁଲାଇଛନ୍ତି ବୋଲି ସେ କହିଛନ୍ତି । ତେବେ ସେମାନଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବି ହୋଇଛି ।