Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୁ ହୁ ହୋଇ ବଢୁଛି ପରିବା ଦର; ଅଦା କେଜିକୁ ୩୦୦

ଭୁବନେଶ୍ବର: ଏବେ ବଜାରରେ ସବୁ ପରିବା ଉଚ୍ଚା ଦରରେ ବିକ୍ରି ହେଉଛି। ହାତ ମାରି ହେଉନି। ‌ଟଙ୍କା ସରୁଛି ହେଲେ ବ୍ୟାଗ୍‌ ପୂରୁନି। ଯାହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି ଗ୍ରାହକ। ପ୍ରାୟ ସବୁ ପରିବା ଦର ୧୦୦ ଟପିଲାଣି। ରାଜଧାନୀ ବଜାରରେ ଅଦା କିଲୋ ୩୦୦ ଟଙ୍କା ଥିବା ବେଳେ କଞ୍ଚାଲଙ୍କା ଦାମ୍‌ ରହିଛି ୪୦୦ ଟଙ୍କା।

ଏଣିକି ବଜାରକୁ ଗଲେ କଣ କିଣିବେ କଣ ନକିଣିବେ ତାହା ଜାଣି ପାରୁନାହାନ୍ତି। ବର୍ଷ ତମାମ ୮ରୁ ୧୦ ଟଙ୍କାରେ ମୂଲ୍ୟରେ ବ୍ୟବସାୟୀଙ୍କୁ ଅଦା ବିକ୍ରି କରନ୍ତି ଚାଷୀ । ହେଲେ ଗତମାସରେ ୧୬୦ରୁ ୨୦୦ ଟଙ୍କାରେ ଅଦା କିଣିଥିଲେ ବ୍ୟବସାୟୀ । ଯେଉଁଥିପାଇଁ ଓଡ଼ିଶା ବଜାରରେ ଅଦା ଅଭାବ ଥିବାରୁ ଦର ହୁ ହୁ ହୋଇ ବଢି ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ