Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମାରେ ପଞ୍ଚକୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ

ଚିପିଲିମା: ବିଶ୍ୱକଲ୍ୟାଣ ଉଦ୍ଧେଶ୍ୟରେ ସମ୍ବଲପୁର ଚିପିଲିମା ସ୍ଥିତ ଗାୟତ୍ରୀ ମନ୍ଦିର ରେ ଗତକାଲି ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ମନ୍ଦିର ପରିଚାଳକ ରାଧାକାନ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱଵଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ୫ଜଣ କର୍ତ୍ତା ମଧ୍ୟରେ ଇଂ ଦେବାଶିଷ ମିଶ୍ର ସପତ୍ନୀକ, ପ୍ରଦୀପ କୁମାର ନାୟକ ସପତ୍ନୀକ, ସୁକାନ୍ତ ନାୟକ ସପତ୍ନୀକ,ମନୋଜ ନାଥ ସପତ୍ନୀକ, ପଞ୍ଚାନନ ସାହୁ ସପତ୍ନୀକ ଦାୟିତ୍ୱ ତୁଲାଇଥିଲେ।ସମଗ୍ର ପୂଜା କାର୍ଯ୍ୟ ପଣ୍ଡିତ ବୈରାଗୀ ଚରଣ ଆଚାର୍ଯ୍ୟ ତତ୍ୱବାଧାନରେ ପରିଚାଳିତ ହୋଇଥିବାବେଳେ, ପଣ୍ଡିତ ପ୍ରଫୁଲ୍ଲ କୁମାର ନାୟକ, ପଣ୍ଡିତ ସନ୍ତୋଷ ବିଶି, ଅରୁଣ ମିଶ୍ର,ସାହିଲ ଦାସ, ଆୟୁସମାନ ଦାସ,ଆଦିତ୍ୟ ନାୟକ,ମନୋଜ ଦାସ, ପଞ୍ଚାନନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।ରୀତିନୀତିରେ କଲସପୂଜା,ଗାୟତ୍ରୀ ପୂଜା, ଜଗନ୍ନାଥ ପୂଜା ଆଦି ହୋଇଥିବାବେଳେ,୧୧୦୮ ଆହୁତି ହବନ ହୋଇଥିଲା।ଶେଷରେ ସମସ୍ତଙ୍କ ପାଇଁ ଅନ୍ନଭୋଗ ର ବ୍ୟବସ୍ଥା ହୋଇଥିଲା।