ଟିକିଲିପଡ଼ା ସରକାରୀ କନ୍ୟାଶ୍ରମ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଅନ୍ତର୍ଗତ ଟିକିଲିପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ) ପରିସରରେ ଶୁକ୍ରବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଲଜିତା ଧଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ଅଜିତ ନାୟକ, ଉପାଧ୍ୟକ୍ଷ ରୋହିତ ଭୋଇ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବେନ୍ଦ୍ର ପ୍ରଧାନ, ଧନେଶ୍ୱର ପ୍ରଧାନ ଏବଂ କିଶୋର ନାଏକ ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଆଗ୍ରହୀ ହେବାକୁ ଉତ୍ସାହିତ କରିଥିଲେ।
ଏହି ପ୍ରଦର୍ଶନୀରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ମୋଟ ୪୫ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଅତିଥିମାନେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ଛାତ୍ରୀମାନଙ୍କ ସୃଜନଶୀଳତାର ପ୍ରଶଂସା କରିଥିଲେ। ବିଚାରକ ଭାବେ ଅନନ୍ତରାମ ରଣା, ସନ୍ତୋଷିନୀ ପଟେଲ, ବାସନ୍ତୀ ବେହେରା ଓ ସୁଲୋଚନା ସାହୁ ଯୋଗଦେଇ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ। ଶିକ୍ଷକ ନିରଞ୍ଜନ ସିଟ୍ ସଭା ପରିଚାଳନା କରିଥିବା ବେଳେ ଶିବ ଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ପ୍ରଦୀପ ପ୍ରଧାନ, କୃଷ୍ଣ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ରୋହିତ ଭୋଇ, ବିଜୟ କୁମାର ପଟେଲ, ବିନୟ କୁମାର ସାହୁ, ଦୁଃଖବନ୍ଧୁ ବଞ୍ଛୁର, ଦଶରଥ ପିଙ୍ଗ ଓ କ୍ଷମାନିଧି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ମୋହନ ଅହଦର, ଶିବ ଶଙ୍କର ଦାଶ, ନିରଞ୍ଜନ ସିଟ୍, ମଧୁସ୍ମିତା ଦାଶ, ପ୍ରିୟ ରଞ୍ଜନ ସାଥୁଆ, ଦୀପା ଗୁରୁ, ଅବିନାଶ ବାଘ, ଦେବାଶିଷ ପଟେଲ, କିଶୋର ଚନ୍ଦ୍ର ନାୟକ ଏବଂ ମାମିନା ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିବା ସହ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏଥିରେ ସୁନୀତା ସାହୁ, ଲିପିକା ତ୍ରିପାଠୀ, ସିସିଏ ବିନତି ପ୍ରଧାନ, ନିରୁପମା ପଧାନ, ସୁଜାତା କିସାନ, ଦକ୍ଷମନି ପ୍ରଧାନ, ମେଟ୍ରନ ସଂଯୁକ୍ତା ନାୟକ ପ୍ରମୁଖ ବାହ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

