Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣାର ଶିକାର ହେଲେ କିଙ୍ଗ୍‌ ଖାନ

ମୁମ୍ବାଇ: ବଲିଉଡର କିଙ୍ଗ୍‌ ଖାନ୍‌ ତଥା ଶାହାରୁଖ ଦୁର୍ଘଟଣାର ଶିକାର ହୋଇଛନ୍ତି। ନିକଟରେ ତାଙ୍କ ଫିଲ୍ମ ପଠାନ ରିଲିଜ ହୋଇଥିଲା। ଫିଲ୍ମଟି ବିଶ୍ବବ୍ୟାପୀ ୧୦୦୦ କୋଟି ପର୍ଯ୍ୟନ୍ତ ବ୍ୟବସାୟ କରିବାରେ ସଫଳ ହୋଇଥିଲା। ଏବେ ତାଙ୍କ ପ୍ରଶଂସକଙ୍କ ଆଖି ତାଙ୍କ ଆଗାମୀ ପ୍ରୋଜେକ୍ଟ ଉପରେ ଅଛି। ଏହି ସମୟରେ ଶାହାରୁଖ ଏକ ଦୁର୍ଘଟଣାର ଶିକାର ହୋଇଥିବା ଖବର ତାଙ୍କ ପ୍ରଣଂସକଙ୍କୁ ବ୍ୟଥିତ କରିଛି।

ନିକଟରେ ଶାହାରୁଖ ଖାନ ଲସ ଏଞ୍ଜେଲସରେ ସୁଟିଂ କରୁଥିଲେ। ନିଜର ଆଗାମୀ ଫିଲ୍ମର ଶୁଟିଂ ବେଳେ ନାକରେ ଆଘାତ ଲାଗିଛି । ଯେଉଁ କାରଣରୁ ନାକରୁ ପ୍ରବଳ ରକ୍ତସ୍ରାବ ହୋଇଛି। ଆହତ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ନାକରୁ ପ୍ରବଳ ରକ୍ତସ୍ରାବ ରୋକିବା ପାଇଁ ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରିଛନ୍ତି । ଅସ୍ତ୍ରୋପଚାର ପରେ ଶାହରୁଖଙ୍କ ନାକରେ ବ୍ୟାଣ୍ଡେଣ୍ଡ୍ ଲଗାଯାଇଥିଲା ।

ନାକରେ ଆଘାତ ଲାଗିବାରୁ ଶୁଟିଂ ଅଧାରୁ ବନ୍ଦ ହୋଇଥିବା ବେଳେ ଶାହରୁଖ ଭାରତ ଫେରି ଆସିଥିବା ସୂଚନା ରହିଛି । ଏବେ ଶାହାରୁଖ ଖାନ ଭାରତ ଫେରିଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ରର ଅପଡେଟ୍ ପାଇଁ ଶାହାରୁଖଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ