Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା; ପତ୍ନୀ ବିଦ୍ୟା ଭାରତୀଙ୍କୁ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର: ବିଦ୍ୟା ଭାରତୀଙ୍କୁ ସାମାନ୍ୟ ଆଶ୍ୱସ୍ତି। ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟା ଭାରତୀଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି କୋର୍ଟ। ତଳକୋର୍ଟର NBW ଉପରେ ହାଇକୋର୍ଟ ଲଗାଇଛନ୍ତି ରୋକ ।  NBW କାର୍ଯ୍ୟକାରୀ ନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା ୨୭ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ।

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିଲା କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚର ତତ୍କାଳୀନ ଡିଏଫଓ ଏବଂ ସୌମ୍ୟଙ୍କ ରୋଷୟାଙ୍କୁ କ୍ଲିନ ଚିଟ ଦେବା ପରେ ବିଦ୍ୟାଭାରତୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଚାର୍ଜସିଟ ଦାଖଲ କରିଥିଲା । ହେଲେ ସୌମ୍ୟଙ୍କ  ବାପା ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ବିରୋଧ କରି ବିଦ୍ୟାଭାରତୀଙ୍କ ସମେତ ୩ ଜଣଙ୍କ ବିରୋଧରେ ପାରଳାଖେମୁଣ୍ଡି କୋର୍ଟର ଦ୍ବାରସ୍ଥ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories