Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେବି କଲେଜରେ ପୁଣି ଗଣ୍ଡଗୋଳ; ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ

ଭୁବ‌ନେଶ୍ବର: ବିଜେବି କଲେଜରେ ଗଣ୍ଡଗୋଳ। ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ସୂଚନା ଅନୁଯାୟୀ ନିଜ ଗୋଷ୍ଠୀରେ ସାମିଲ କରିବାକୁ ବିଜୁ ଛାତ୍ର ଜନତା ଦଳର ଛାତ୍ରନେତା ମାଡ ମାରିଥିବା ଅଭିଯୋଗ ହୋଇଛି । ମାମଲା ଏବେ ଥାନାରେ ପହଞ୍ଚିଛି । ଏହି କାରଣରୁ ୩ ଜଣ ଛାତ୍ରଙ୍କୁ କିଛି ବିଜେଡି ଛାତ୍ର ଓ ଅଣଛାତ୍ର ମିଶି ଅଟକ ରଖିଥିବା ଥାନାରେ ଅଭିଯୋଗ ହୋଇଛି । ଜଣେ ଛାତ୍ର ସେଠାରୁ ମୁକୁଳି ଆସି ଥାନାରେ ହାଜର ହୋଇଥିଲେ। ସେ ସମସ୍ତ ଘଟଣାବଳୀକୁ ଥାନାରେ ଜଣାଇବା ପରେ ଛାତ୍ରଙ୍କୁ ପୋଲିସ ଭ୍ୟାନ ଉଦ୍ଧାର କରିଛି । ଏକ ସ୍ୱତନ୍ତ୍ର ରାଜନୈତିକ ଗୋଷ୍ଠୀର ଛାତ୍ର ଏଭଳି କାଣ୍ଡ ବାରମ୍ବାର କରୁଥିବା ନେଇ ଅଭିଯୋଗ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ