Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରେଙ୍ଗାଲି ବିଧାନସଭା ସଂଯୁକ୍ତ ମୋର୍ଚ୍ଚା ବୈଠକ

ସମ୍ବଲପୁର(ପରମାଣପୁର):ଆଜି ବିଜେପି ପକ୍ଷରୁ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଂଯୁକ୍ତ ମୋର୍ଚ୍ଚା ବୈଠକ ଅନୁଷ୍ଠିତ ହୋଇ ଯାଇଛି ।
ମୋଦୀ ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି।ମୋଦୀ ସରକାର ର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କୁ ଲୋକଙ୍କ ପାଖକୁ ପହଞ୍ଚାଇବା ସଙ୍ଗେ ସଙ୍ଗେ ବିଜେପି ସଂଗଠନକୁ ବୁଥ ସ୍ତରରୁ ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ମଜଭୂତ ଓ ଅଧିକ ସକ୍ରିୟ କରିବା ପାଇଁ ବିବିଧ କାର୍ଯ୍ୟକ୍ରମ ମଧ୍ୟରୁ ସଂଯୁକ୍ତ ମୋର୍ଚ୍ଚା ବୈଠକର ଆୟୋଜନ ହୋଇଥିଲା।
ଏହି ବୈଠକରେ ବିଜେପିର ସମସ୍ତ ମୋର୍ଚ୍ଚାର ପଦାଧିକାରୀ ଓ କର୍ମୀ ସାମିଲ ହୋଇ ସମସ୍ତ ବିଷୟରେ ସବିଶେଷ ବିବରଣୀ ଆଲୋଚନା କରିଥିଲେ। ମୋଦୀ ସରକାରଙ୍କ ଯୋଜନା ଗୁଡିକ ସମାଜର ସମସ୍ତ ବର୍ଗର ଲୋକଙ୍କ ପାଇଁ ଉଦ୍ଧିଷ୍ଟ ରହିଥିବାରୁ ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ମୋର୍ଚ୍ଚାର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା।ପରମାଣପୁର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଜେପି ଜିଲ୍ଲା କାର୍ଯ୍ୟକାରୀଣି ସଦସ୍ୟ ପ୍ରକାଶ କୁମାର ପ୍ରଧାନଙ୍କ ଦ୍ଵାରା ପରିଚାଳିତ ଏହି ବୈଠକରେ ମାନେଶ୍ୱର ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମ ଚନ୍ଦ୍ର ମେହେର ,ରାଧେଶ୍ୟାମ ବାରିକ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଚନ୍ଦ୍ର ଶେଖର ପଣ୍ଡା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରି ଅନ୍ନପୂର୍ଣ୍ଣା ବାରିକ, ଜିଲ୍ଲା ଉପସଭାପତି ସୁଷମା ସାହୁ, ସୁଧୀର ଗୁପ୍ତା, ବେଣୁଧର ପ୍ରଧାନ,ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ହୋତା, ପ୍ରମୁଖ ଉପସ୍ଥିତ ପଦାଧିକାରୀ କର୍ମୀ ମାନଙ୍କୁ ସମସ୍ତ ବିଷୟରେ ଅବଗତ କରାଇଥିଲେ ।
ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ସଂଯୁକ୍ତା ପ୍ରଧାନ, ପ୍ରଭାସିନୀ ଦାଶ, ପ୍ରଶାନ୍ତ ପ୍ରଧାନ, ଦେବେନ୍ଦ୍ର ନାୟକ, ପ୍ରକାଶ ପୃଷ୍ଟି ପ୍ରମୁଖ ସାମିଲ ହୋଇଥିଲେ ।