Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ; ଜାଣନ୍ତୁ କେବେଠୁ ଖୋଲିବ କଂକ୍ରିଟ୍ ସେତୁ

କଟକ: ଏଣିକି ବାବାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ବାବା ଧବଳେଶ୍ୱର ପୀଠକୁ ଯାତାୟତ ପାଇଁ ଆଜିଠୁ ଖୋଲିବ କଂକ୍ରିଟ୍ ସେତୁ। ପ୍ରଥମେ ପୀଠକୁ ଯିବା ପାଇଁ ଝୁଲା ପୋଲ ଲଗାଯାଇଥିଲା। ଏହାର କ୍ଷମତା କମଥିବାରୁ ଭକ୍ତଙ୍କ ଯିବାଆସିବା ନେଇ ପ୍ରଶାସନ କଟକଣା ଲଗାଇଥିଲେ। ପରେ ବାବାଙ୍କ ପୀଠକୁ ଯିବା ଲାଗି ଲୋକେ ନୂଆ କରି ଏକ ରାସ୍ତା ନିର୍ମାଣ କରିଥିଲେ। ହେଲେ ମହାନଦୀ ଜଳସ୍ତର ବୃଦ୍ଧି ହେବାରୁ ଅସ୍ଥାୟୀ ରାସ୍ତା ଧୋଇଯାଇଥିଲା। ଏହାଫଳରେ ଶ୍ରଦ୍ଧାଳୁମାନେ ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ।

ଅନ୍ୟପଟେ ନୂତନ କଂକ୍ରିଟ୍ ସେତୁ କାର୍ଯ୍ୟ ସରିଥିଲେ ମଧ୍ୟ ଆପ୍ରୋଚ୍ ରୋଡ୍ ନିର୍ମାଣ କାମ ସରିନଥିଲା। ଫଳରେ ଶ୍ରଦ୍ଧାଳୁମାନେ ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ। ଏନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋବାରୁ ସେତୁକୁ ସଂଯୋଗ କରୁଥିବା ଆପ୍ରୋଚ୍ ରୋଡ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଚାଲିଥିଲା। ପ୍ରଶାସନ ବୁଧବାର ସେତୁରେ ଯିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ଏହାର ଉଦଘାଟନ ନେଇ ସରକାରୀ ଭାବେ କୌଣସି ସୂଚନା ଆସିନଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ