ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା କୁ ଏକ ହେରିଟେଜ ଜିଲା କରାଯିବାକୁ ଦାବୀକରି ଜିଲା ସାମ୍ବାଦିକ ସଙ୍ଘ ତରଫରୁ ୫ଟି ସଚିବ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ମଙ୍ଗଳବାର ୫ଟି ସଚିବ ଭି.କେ.ପାଣ୍ଡିଆନ ଙ୍କ ସୁବର୍ଣ୍ଣପୁର ଜିଲା ଗ୍ରସ୍ତ ସମୟରେ ଉଲୁଣ୍ଡା ରେ ଅନୁଷ୍ଠିତ ସାଧାରଣ ସଭାରେ ଉକ୍ତ ଦାବୀପତ୍ର ପ୍ରଦାନ କରାଯାଇଛି । ସୁବର୍ଣ୍ଣପୁର ଜିଲା ଗଠନ ସମୟରେ ଜିଲାର ଏକ ପ୍ରତିନିଧି ଦଳକୁ ସୋନପୁର ଜିଲା ଗଠନ କରିଦେଉଛି ମାତ୍ର ଏହାକୁ ସୁବର୍ଣ୍ଣପୁର କରିବା ଅପଣମାନଙ୍କ ଦାୟିତ୍ବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଉକ୍ତ ସମୟରେ କହିଥିଲେ। ସୁବର୍ଣ୍ଣପୁର ଜିଲାରେ ପ୍ରାକୃତିକ , ମାନବ ସମ୍ବଳ ତଥା ଐତିହାସିକ , ପ୍ରତ୍ନତାତ୍ତ୍ଵିକ ସମ୍ପଦ ଅତୁଳନୀୟ । ଏହା ମହର୍ଷି ଜମଦଗ୍ନୀ , ବୀରପର୍ଶୁରାମ , ବୌଦ୍ଧ ତନ୍ତ୍ର ଯୋଗୀ ଇନ୍ଦ୍ରଭୂତି , ପଦ୍ମ ସମ୍ଭବ , ଭଗବତୀ ଲକ୍ଷ୍ମୀକରା , ନାଥ ଯୋଗୀ ମତ୍ସ୍ୟେନ୍ଦ୍ରନାଥ , ଗୋରଖନାଥ , ଦାରିକପାଦ , ବୈଷ୍ଣବ ଧର୍ମର ସନ୍ଥକବି ଚନ୍ଦ୍ରମଣି ଦାସ ଏବଂ ସତ୍ୟ ମହିମା ଧର୍ମର ସନ୍ଥକବି ମହାଯୋଗୀ ଭିମଭୋଇଙ୍କ ସାଧନା , ସିଦ୍ଧି ଓ ସମାଧିପୀଠ ଅଟେ । ଏହି ଜିଲାରେ ରାଜ୍ୟ ସରକାରଙ୍କ ମାନ୍ୟତାପ୍ରାପ୍ତ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି । ଏହା ବ୍ୟତୀତ କୃଷି , ଶିଳ୍ପ , ଜଳସେଚନ , ଗମନାଗମନ ପରିବହନ , ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ , ମହାନଦୀ-ତେଲନଦୀ ରିଙ୍ଗରୋଡ , ମନ୍ଦିର , ମଠ ମାନଙ୍କର ଉନ୍ନତି , ପ୍ରସ୍ତାବିତ ଖଇରମାଳ ବେରେଜ , କୃଷି ବିଶ୍ବ ବିଦ୍ୟାଳୟ , ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ପାଇଁ କୋଶଲ ବିଶ୍ବବିଦ୍ୟାଳୟ ସୁବର୍ଣ୍ଣପୁର ଜିଲାରେ ପ୍ରତିଷ୍ଠା କରାଯିବାକୁ ଦାବୀ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ତରଫରୁ ସଭାପତି ଗୋରେଖନାଥ ସାହୁଙ୍କ ନେତୃତ୍ବରେ ବହୁ ସାମ୍ବାଦିକ ସଭ୍ୟ ଉପସ୍ଥିତ ରହି 5-t ସଚିବ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ l
ସୁବର୍ଣ୍ଣପୁର ଜିଲ୍ଲାକୁ ହେରିଟେଜ୍ ଜିଲ୍ଲା ଦାବି; 5-t ସଚିବ ଙ୍କୁ ଜିଲ୍ଲା ସାମ୍ବାଦିକ ତରଫରୁ ଦାବିପତ୍ର
