Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵକପ୍ ୨୦୨୩ ପାଇଁ ରହିଛି ଗୋଟିଏ ସ୍ଥାନ, ଭାରତ ଆସିବାକୁ ଏହି ୨ ଦଳ ପାଖରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଜିମ୍ବାଓ୍ଵେରେ ଖେଳା ଯାଉଥିବା ଆଇସିସି ବିଶ୍ଵକପ୍ ୨୦୨୩ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରୁ ଏ ପର୍ଯ୍ୟନ୍ତ ୭ ଟିମ୍ ବାଦ୍ ପଡ଼ି ସାରିଛନ୍ତି। ଗୋଟିଏ ଦଳକୁ ବିଶ୍ଵକପ୍ ୨୦୨୩ ଖେଳିବା ପାଇଁ ଟିକେଟ୍ ମିଳି ସାରିଥିବା ବେଳେ ଆଉ ଗୋଟିଏ ସ୍ଥାନ ପାଇଁ ଦୁଇ ଦଳ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଆୟୋଜକ ଜିମ୍ବାଓ୍ଵେ ନିକଟରେ ବିଶ୍ଵକପ୍ ଖେଳିବାର ସୁଯୋଗ ରହିଥିଲା, ମାତ୍ର ଦଳ ଶେଷ ମ୍ୟାଚରେ ସ୍କଟଲାଣ୍ଡ ନିକଟରୁ ପରାଜିତ ହୋଇଛି। ଏବେ ସ୍କଟଲାଣ୍ଡ ଏବଂ ନେଦରଲାଣ୍ଡ ନିକଟରେ ବିଶ୍ଵକପ୍ ଖେଳିବାର ସୁଯୋଗ ରହିଛି। ସ୍କଟଲାଣ୍ଡ ପାଇଁ ରାସ୍ତା କିଛିଟା ସହଜ ଥିବା ବେଳେ ନେଦରଲାଣ୍ଡ ପାଇଁ ଟିକେ କଠିନ ରହିଛି।

ଏହା ପୂର୍ବରୁ ଶ୍ରୀଲଙ୍କା ବିଶ୍ଵକପରେ ନିଜର ସ୍ଥାନ ସୁନିଶ୍ଚିତ କରି ସାରିଛି। କିନ୍ତୁ ୨ ଥରର ବିଶ୍ଵକପ୍ ବିଜେତା ଓ୍ଵେଷ୍ଟଇଣ୍ଡିଜ ବିଶ୍ଵକପ ଖେଳିବାକୁ ଯୋଗ୍ୟତା ବି ଅର୍ଜନ କରି ପାରିନାହିଁ। ଅନ୍ୟପଟେ ସ୍କଟଲାଣ୍ଡ ନିଜର ଶେଷ ସୁପର ୬ ମ୍ୟାଚ୍ ଜିତି ସିଧାସଳଖ ବିଶ୍ଵକପର ମୁଖ୍ୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରି ପାରିବ। ଅନ୍ୟପଟେ ନେଦରଲାଣ୍ଡ ତେବେ ଯାଇ ବିଶ୍ଵକପ୍ ଖେଳି ପାରିବ ଯଦି ଦଳ ପ୍ରଥମେ ବ୍ୟାଟିଂ କରି ୩୦ରୁ ଅଧିକ ରନରେ ବିଜୟ ହାସଲ କରେ କିମ୍ବା ପଛରେ ବ୍ୟାଟିଂ କରି ୬ ଓଭର ବଳକା ଥାଇ ମ୍ୟାଚ୍ ଜିତେ। ଏମିତି ହେଲେ ଦଳର ନେଟ୍ ରନ ରେଟ୍ ସ୍କଟଲାଣ୍ଡଠୁ ଉନ୍ନତ ରହିବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର ଏବଂ ନଭେମ୍ବରରେ ଭାରତରେ ବିଶ୍ଵକପ୍ ୨୦୨୩ ଖେଳାଯିବ। ପୂର୍ବରୁ ୮ଟି ଦଳ ମାନ୍ୟତା ଭିତ୍ତିରେ ସିଧାସଳଖ ବିଶ୍ଵକପରେ ପ୍ରବେଶ କରି ସାରିଛନ୍ତି। ମୋଟ୍ ୧୦ଟି ଦଳକୁ ନେଇ ମୁଖ୍ୟ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଅକ୍ଟୋବର ୫ରେ ଉଦଘାଟନୀ ମ୍ୟାଚ୍ ଏବଂ ନଭେମ୍ବର ୧୯ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ