Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗକୁ ୧୫ ଟଙ୍କାରେ ମିଳିବ ପେଟ୍ରୋଲ!

ନୂଆଦିଲ୍ଲୀ: ଉଦୟପୁରର ପ୍ରତାପଗଡରେ ପେଟ୍ରୋଲର ମୂଲ୍ୟ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପେଟ୍ରୋଲ ଲିଟର ଆଗକୁ ୧୫ ଟଙ୍କାରେ ମିଳିପାରେ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ କୃଷକ ଆଉ ଖାଦ୍ୟ ଯୋଗାଣକାରୀ ନୁହେଁ ବରଂ ଶକ୍ତି ପ୍ରଦାନକାରୀ ହେବେ। ଏହା ହେଉଛି ଆମ ସରକାରଙ୍କ ଚିନ୍ତାଧାରା। ଅଗଷ୍ଟରେ ଟୟୋଟା କମ୍ପାନୀର ଗାଡି ଲଞ୍ଚ କରୁଛି। ଏବେ ସମସ୍ତ ଯାନ ଚାଷୀଙ୍କ ଦ୍ୱାରା ପ୍ରସ୍ତୁତ ଇଥାନଲରେ ଚାଲିବ।

ଗଡକରୀ କହିଛନ୍ତି ଯେ ୬୦ ପ୍ରତିଶତ ଇଥାନଲ ଏବଂ ୪୦ ପ୍ରତିଶତ ବିଦ୍ୟୁତ। ଯଦି ଉଭୟର ହାରାହାରି ହାର ଧରାଯାଏ ତେବେ ବର୍ତ୍ତମାନ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୫ ଟଙ୍କା ହେବ। ସେ କହିଛନ୍ତି ଯେ ଯଦି ଏହା ଘଟେ ତେବେ ଜନସାଧାରଣ ଉପକୃତ ହେବେ। ଆମଦାନୀ କମ୍ ହେବ। ପ୍ରଦୂଷଣ ହ୍ରାସ ପାଇବ ଏବଂ ଏହାସହ ଦେଶର ଅନ୍ନଦାତା ମଧ୍ୟ ଶକ୍ତିଦାତା ହେବେ । ଏହାସହ ଏବେ କୃଷକମାନଙ୍କ ଦ୍ୱାରା ପ୍ରସ୍ତୁତ ଇଥେନଲରେ ଉଡା ଜାହାଜ ଚାଲୁଥିବା କଥା ସେ କହିଛନ୍ତି ।

ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ କଂଗ୍ରେସ ଏତେ ବର୍ଷ ଧରି ଦେଶ ଶାସନ କରିଥିଲା ​​କିନ୍ତୁ ଦାରିଦ୍ର୍ୟ ଦୂର କରିପାରିଲାନି। ଏଥି ସହିତ, ଗଡକରୀ କହିଛନ୍ତି ଯେ ଆମର ଅଟୋମୋବାଇଲ ଶିଳ୍ପର କାରବାର ହେଉଛି ୭.୫ ଲକ୍ଷ କୋଟି। ସାଢେ ଚାରି କୋଟି ଯୁବକ ଚାକିରି ପାଇଛନ୍ତି। ଏହା ସରକାରଙ୍କୁ ସର୍ବାଧିକ ଜିଏସ୍ଟି ପ୍ରଦାନ କରୁଥିବା ଶିଳ୍ପ ଅଟେ। ଏହି ଶିଳ୍ପକୁ ୧୫ ଲକ୍ଷ କୋଟିରେ ପହଞ୍ଚାଇବାକୁ ଆଗକୁ ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି। ଯାହା ଦ୍ବାରା ୧୦ କୋଟି ଯୁବକ ଚାକିରି ପାଇପାରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories