ସମ୍ବଲପୁର: ଗତ ୪ ତାରିଖରୁ ଆରମ୍ଭ ହୋଇଛି ଶ୍ରାବଣ ମାସ। ଆସନ୍ତା ଅଗଷ୍ଟ ୩୧ ତାରିଖରେ ଶ୍ରାବଣ ପୂର୍ଣ୍ଣମୀ ପ୍ରତିପଦା ପରେ ସେପ୍ଟେମ୍ବର୍ ୧ ତାରିଖରୁ ଭାଦ୍ରବ ମାସ ଆରମ୍ଭ ହେବ। ସବୁଠୁ ବଡ କଥା ହେଲା ଚଳିତ ଶ୍ରାବଣ ମାସରେ ୪ ଟି ସୋମବାର ବଦଳରେ ୮ ସୋମବାର ପଡୁଛି । କେବଳଯେ ସୋମବାର ନୁହେଁ,ବରଂ ଶୁକ୍ରବାର ଓ ଶନିବାର ମଧ୍ୟ ୮ଦିନ ପଡୁଥିବା ବେଳେ ରବିବାର,ମଙ୍ଗଳବାର,ବୁଧବାର ଓ ଗୁରୁବାର ଏହି ୪ ବାର ୯ ଦିନ ଲେଖାଏଁ ପଡିବ । ଅର୍ଥାତ ଶ୍ରାବଣ ମାସ ଏଥର ଜୁଲାଇ ୪ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ୨୬ ଦିନ ଓ ଅଗଷ୍ଟ ମାସ ସାରା ଅର୍ଥାତ ୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ମୋଟ ୫୭ ଦିନ ପଡୁଛି । ଦୀର୍ଘ୍ୟ ୧୯ ବର୍ଷ ପରେ ଶ୍ରାବଣର ଏହି ବୈଚିତ୍ର୍ଯତା ଦେଖିବାକୁ ମିଳୁଛି। ଜୁଲାଇ ୪ ତାରିଖରୁ ଶରଣ ପଞ୍ଚକ ଆରମ୍ଭ ହୋଇ ସେହି ମାସ ୮ ତାରିଖରେ ଶରଣ ପଞ୍ଚକ ଶେଷ ହେଉଛି । ତେବେ ବୋଲବମ୍ ଯାତ୍ରା ଜୁଲାଇ ୧୦ ତାରିଖରେ ପ୍ରଥମ ପାଳି ପଡୁଥିବା ବେଳେ ସେହି ମାସ ୧୭,୨୪ ଓ ୩୧ ତାରିଖରେ ଦ୍ୱତୀୟ,ତୃତୀୟ ଓ ଚତୁର୍ଥ ପାଳି ପଡୁଛି।୩୧ ତାରିଖରେ ଶିବ ଶୟନ ଉତ୍ସବ ସହିତ ଶରଣ ପଞ୍ଚକ ପୁଣି ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖରେ ଶେଷ ହେବ ବୋଲି ପଞ୍ଜିକାରେ କୁହାଯାଇଛି । ଅଗଷ୍ଟ ୩୧ ତାରିଖରେ ଶ୍ରାବଣ ପୂର୍ଣ୍ଣମୀ ସହିତ ପ୍ରତିପଦା ପଡୁଛି । ତେବେ ଏହି ଶ୍ରାବଣ ମାସରେ କର୍କଟସଂକ୍ରାନ୍ତି, ଚିତାଉଅମାବାସ୍ୟା, ମହରମ, ସ୍ୱାଧିନତା ଦିବସ, ସିଂହ ସଂକ୍ରାନ୍ତି,ରାକ୍ଷୀ ବନ୍ଧନ,ଝୁଳଣ ପୂର୍ଣ୍ଣମୀ, ନିଗମାନନ୍ଦ ଓ ମେହେର ଜୟନ୍ତୀ ଭଳି ବିଭିନ୍ନ ପର୍ବୋତ୍ସବ ରହିଛି। ୧୯ ବର୍ଷ ପରେ ଶ୍ରାବଣ ମାସର ଏହି ବୈଚିତ୍ର୍ଯ ଦେଖାଦେଇଛି।
ଶ୍ରାବଣ ମାସ ବୈଚିତ୍ର୍ୟ : ଏଥର ୪ ଟି ସୋମବାର ବଦଳରେ ପଡୁଛି ୮ ସୋମବାର
