Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରବଳ ବର୍ଷାଯୋଗୁଁ ଘରେ ପାଣିପସି ଶସ୍ୟସାମଗ୍ରୀ ନଷ୍ଟ..ଘର ସମ୍ମୁଖରେ ଆଣ୍ଠୁଏ କାଦୁଅ…

ଲକ୍ଷ୍ମୀପୁର.୦୫।୦୭ ..ପ୍ରବଳ ବର୍ଷା ଯୋଗୁଁ ଲକ୍ଷ୍ମୀପୁର ବ୍ଲଜ କୁସୁମଗୁଡା ପଞ୍ଚାୟତ ଛେଳିବେଡା ଗାଁର ରାଉତ ହିକକା ଓ ସଦନ ହିକକାଙ୍କ ଘର ବାରିପଟରୁ ପାଣି ପସି ଦାଣ୍ଡ ପଟ ବାହାରିଥିଲା। ବର୍ଷା ପାଣିରେ ସମସ୍ତ ଶସ୍ୟଜାତୀୟ ସାମଗ୍ରୀ ସହ ଧାନ ମାଣ୍ଡିଆ ନଷ୍ଟହୋଇଥିଲା।ଗରିବ ପରିବାର ମୁଣ୍ଡ ଗୁଞ୍ଜିବାକୁ କୌଣସି ସୁବିଧା ନଥିବାରୁ ରାତି ଅନିଦ୍ରା ହୋଇ ଘର ଭିତରୁ କାଦୁଅ ପାଣି କାଢି କାଢି ନୟାନ୍ତ ହୋଇ ପଡିଥିଲେ।ଘର ସମ୍ମୁଖରେ ମଧ୍ୟ ଆଣ୍ଠୁଏ ଲେଖାଏ କାଦୁଅ ଜମିରହିଥିଲା।ରାଜସ୍ଵ ବିଭାଗକୁ ଖବର ଦିଆ ଜାଇଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ବିଭାଗର କୌଣସି ଅଧିକାରି ପହଁଚି ନଥିବା ଜଣା ପଡିଛି।ତୁରନ୍ତ ବିଭାଗ ତରଫରୁ ଗରିବ ପରିବାର ପ୍ରତି ସରକାରି ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।ସେହିପରି ଲକ୍ଷ୍ମୀପୁର ବ୍ଲକରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇଥିଲା।ବର୍ଷା ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥ ରେ ଡ୍ରେନ୍ ନଥିବା କାରଣରୁ ପାଣି ପ୍ରବାହିତ ହେବା ସହ ଭାଙ୍ଗିଯାଇଥିବା ଡ୍ରେନ୍ ଭିତର ଆବର୍ଜନା ଗୁଡିକ ରାସ୍ତା ଉପରକୁ ଆସିଯାଇଥିଲା। ଯାନବାହାନ ଚଳପ୍ରଚଳରେ ବାଧା ଉପୁଜିବା ସହ ଡ୍ରେନ ପାଣି ରାସ୍ତା ଉପରକୁ ଉଠି ଜାଇଥିଲା।