Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରାମମନ୍ଦିର ରୁ ଚୋରି…ରୁପା ଅଳଙ୍କାର ସମେତ ବିଭିନ୍ନ ସାମଗ୍ରୀ ନେଇଗଲେ ଦୁର୍ବୁତ…

ଲକ୍ଷ୍ମୀପୁର.୦୫।୦୭ ..କିଛିଦିନର ନିରବତା ପରେ ପୁଣି ଲକ୍ଷ୍ମୀପୁର ରେ ହୋଇଛି ଚୋରି,ଏଥର କିନ୍ତୁ କାହାଘର କିମ୍ବା ସରକାରୀ କର୍ମଚାରୀ ଙ୍କ ବାସଭବନ ରୁ ନୁହେଁ ,ବରଂ ଦୁର୍ବୁତ ଟାର୍ଗେଟ୍ କରିଛନ୍ତି ମନ୍ଦିରକୁ।କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ରାସ୍ତା ପାର୍ଶ୍ବରେ ଥିବା ରାମ ମନ୍ଦିର ରୁ ଗତକାଲି ରାତ୍ର ରେ ଦୁର୍ବୁତ୍ତ ମାନେ କଳା କନା ବୁଲାଇ ଚାଲିଯାଇଛନ୍ତି।ମନ୍ଦିର ଭିତର ଥିବା ମୁର୍ତି ମାନଙ୍କର ବ୍ୟବହୃତ ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ବିଭିନ୍ନ ସାମଗ୍ରୀ ଚୋରି କରି ନେଇଥିବା ଜଣା ପଡିଛି।ଚୋରୀ ହୋଇଥିବା ସାମଗ୍ରୀ ମଧ୍ୟରୁ ତିନୋଟି ରୁପା ମୁକୁଟ,ଚାରୋଟି ଗ୍ଲାସ,ଗୋଟିଏ ଢାଳ ଓ ଦେଢ କେଜି ଓଜନର ଗୋଟିଏ ନାଗ ମୁର୍ତ୍ତି ଥିବା ଜଣା ପଡିଛି।ଖବର ନେବାରେ ଜଣା ପଡିଛିକି ବ୍ଲକ କାର୍ଯ୍ୟାଳୟ ରାସ୍ତା କଡରେ ଥିବା ରାମ ମନ୍ଦିରର ପୂଜକ ସବୁଦିନ ଭଳି ମଙ୍ଗଳ ବାର ଦିନ ସନ୍ଧ୍ୟାରେ ଆଳତି ସାରି ମନ୍ଦିର ବନ୍ଦ କରିଥିଲେ।ଆଜି ସକାଳୁ ପୂଜା କରିବା ପାଇଁ ମନ୍ଦିର ଖୋଲିବାକୁ ଆସିଥିଲେ।ହେଲେ ରାମ ମନ୍ଦିର କଡ କବାଟ ଓ ପାର୍ଶ୍ବରେ ଥିବା ଶିବ ମନ୍ଦିରର କବାଟର ତାଲା ଭାଙ୍ଗିଥିବା ଦେଖି ମନ୍ଦିର କମିଟିକୁ ଜଣାଇଥିଲେ।କମିଟି ସଦସ୍ୟ ମାନେ ଆସି ସବୁ କିଛି ଦେଖିବା ପରେ ରୂପା ସାମଗ୍ରୀ ଚୋରି ହୋଇଥିବା ଜାଣି ପାରିଥିଲେ।ଏନେଇ ପୂଜକ ପ୍ରକାଶ କୁମାର ମହାପାତ୍ର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଖବର ପାଇ ଲକ୍ଷ୍ମୀପୁର ଏସଡିପିଓ ଅଶ୍ବିନି ନାୟକ,ଆଇଆଇସି ଶ୍ଵେତ ପଦ୍ମା ସେଠ୍,ସବ ଇନିସପେକ୍ଟର୍ ମାନସ ରଞ୍ଜନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ କରି ଫେରି ଆସିଛନ୍ତି।କୋରାପୁଟ ର ସନ୍ଧାନି କୁକୁର ସହ ଫରେନସିକ୍ ଟିମ୍ କୁ ଯୋଗାଯୋଗ କରାଯାଇଥିଲା,କିନ୍ତୁ ଟିମ୍ ମାଲକାନଗିରି ରେ ଥିବା କାରଣରୁ ଗୁରୁବାର ଦିନ ଟିମ୍ ଆସିବ ବୋଲି ପୋଲିସ ତରଫରୁ କୁହାଯାଇଛି।ଯେଉଁ ଗାଁ ରେ ଠାକୁରଙ୍କ ସମ୍ପତି ଦୁର୍ବୁତମାନେ ଲୁଟିନେଉଛନ୍ତି ଏବଂ ଠାକୁର ମଧ୍ୟ ସୁରକ୍ଷିତ ନାହାନ୍ତି ସେଠି ସାଧାରଣ ମଣିଷ କିପରି ସୁରକ୍ଷିତ ରହିବେ ବୋଲି ସାଧାରଣରେ ଆଲୋଚନା ଜୋରଧରିଛି।ବ୍ଲକ ସଦରରେ ଥାନା ତରଫରୁ ରାତ୍ରୀ କାଳିନ ପାଟ୍ରୋଲିଙ୍ଗ୍ ବ୍ୟବସ୍ଥାକୁ କଡା କଡି କରିବା ସହ ପ୍ରତ୍ୟେକ ମନ୍ଦିରରେ ସିସି ଟିଭିର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ