Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ଯୁତ ବିଭ୍ରାଟ ଓ ଅଘୋଷିତ ପ୍ରତିବାଦରେ ବିଜେପିର ହଲ୍ଳାବୋଲ

ବରପାଲି: ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ରେ ଜନ ଜୀବନ ଅତିଷ୍ଠ ହୋଇ ପଡିଥିବା ବେଳେ ବରପାଲି ବ୍ଲକ ରେ ଟାଟା ପାୱାର ର ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡ଼ିଲାଣି । ଗ୍ରାମାଞ୍ଚଳ ର ବିଦ୍ୟୁତ୍ ବ୍ୟବସ୍ଥା ଆହୁରି ଶୋଚନୀୟ । ଘଣ୍ଟା ଘଣ୍ଟା ଧରି ବିଜୁଳି କାଟି ଦିଆଯାଉଛି । ଅନ୍ୟ ପକ୍ଷରେ ଲୋ ଭୋଲ୍ଟେଜ୍ ଯୋଗୁଁ ଚାଷ କାମ ମଧ୍ୟ ବାଧାପ୍ରାପ୍ତ ହୋଇଛି।ଜୋର ଜୁଳୁମ କରି ବକେୟାବିଲ ଆଦାୟ ଆଦାୟ ବନ୍ଦ କରାଯିବା,ଚାଷୀ ମାନଙ୍କ ଠାରୁ ଉଠା ଜଳସେଚନ ବିଲ ୬ମାସରେ ଥରେ ଆଦାୟ କରିବା ଏବଂ ବିଲ ଆଦାୟ ସମୟରେ ତିନିଜଣ ଙ୍କ ବ୍ୟତୀତ ଅଧିକ କର୍ମଚାରୀ ବିଲ ଆଦାୟ ପାଇଁ ନଯିବା,ବିଲ ଆଦାୟ କରିଯିବା ସମୟରେ ଆଇକାର୍ଡ କର୍ମଚରି ମାନେ ବ୍ୟବହାର କରିବା ଭଳି ଦାବି କରାଯାଇଥିଲା । ଏହାର ପ୍ରତିବାଦ ରେ ବୁଧବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବାଇକ୍ ରେଲୀ କରାଯାଇ ଏକ ଦାବୀ ପତ୍ର ସ୍ଥାନୀୟ ଟାଟା ପାୱାର ର ଏସ ଡି ଓ ଙ୍କୁ ପ୍ରଦାନ କରାଯାଇଛି । ଦିଆଯାଇଥିବା ଦାବି ଗୁଡିକ ମାସକ ମଧ୍ୟରେ ପୂରଣ  କରାଯିବା ପାଇଁ ବିଭାଗୀୟ ଏସ ଡି ଓ ପ୍ରତିଶୃତି ଦେଇଛନ୍ତି । ଆଜିର ଏହି ରେଲି ରେ ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ କୁମାର ଷଡଙ୍ଗୀ, ବରପାଲି ନଗର ମଣ୍ଡଳ ସଭାପତି ପଦ୍ମ ଲୋଚନ ସାହୁ, ଯୁବନେତା ତଥା ସଙ୍ଗଠକ ସୁରେନ୍ଦ୍ର ପାତ୍ର , ଗୁଣନିଧି ମେହେର, ଦୟାଲୁ ସାହୁ,ଦୀଲୀପ ଦାଶ, ସୁଦର୍ଶନ ସୁନା,ଯୁବମୋର୍ଚା ସଭାପତି ଜଗା ମେହେର,ଘନଶ୍ୟାମ ମେହେର,ଲବ ବେହେରା,ଶ୍ୟାମ ଶ୍ରୀବାସ୍ତବ,କୁମ୍ଭାରୀ ଯୋନ ଜିଲ୍ଲାପରିଷଦ ସଭ୍ୟ ସଂଯୁକ୍ତା ସାହୁ,ଦୁର୍ଯ୍ୟଧାନ ସାହୁ,ନିଷିକାନ୍ତ ସାହୁ,ବିଜୟ ପାତ୍ର,ଭାଗବତ ପୂଜାରୀ,ରମେଶ ମାଝୀ,ପ୍ରଶାନ୍ତ ସାହୁ,ସଂଗ୍ରାମ ବାରିକ ଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ହୋଇ ରେଲି ରେ ନଗର ପରିକ୍ରମା କରି ଏସ ଡି ଓ ଙ୍କୁ ଦାବୀପତ୍ର ପ୍ରଦାନ କରି ତୁରନ୍ତ ଏହା ସମାଧାନ ନ ହେଲେ ଆc ତୀବ୍ରତର ହେବ ବୋଲି ଚରମ ବାଣୀ ଶୁଣାଇ ଥିଲେ ।