Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଷିଙ୍କୁ ରିହାତି ଦରରେ ପ୍ରଦାନ କରାଗଲା ପାଓ୍ଵାର୍ ଓ୍ଵିଡର୍ …ପ୍ରଥମ ଦିନରେ ୧୦ଜଣ ଚାଷି ପାଓ୍ଵାର୍ ଓ୍ଵିଡର୍ ପାଇଥିବା ବେଳେ ୫୦ ଜଣ ଙ୍କ ନାମପଞ୍ଜିକରଣ ….

ଲକ୍ଷ୍ମୀପୁର.୦୫।୦୭ ..ଲକ୍ଷ୍ମୀପୁର ଓ ନାରାୟଣପାଟଣା ବ୍ଲକର ୧୦ଜଣ ଚାଷିଙ୍କୁ ସରକାର ଙ୍କ ୫୦ପ୍ରତିଶତ ରିହାତି ଦର ରେ ପାଓ୍ଵାର୍ ଓ୍ଵିଡର୍ ପ୍ରଦାନ କରାଯାଇଥିବା ବେଳେ ୫୦ରୁ ଉର୍ଧ ଚାଷି ପାଓ୍ଵାର୍ ଓ୍ଵିଡର୍ ସକାଶେ ସେମାନଙ୍କ ନାମ ପଞ୍ଜିକରଣ କରାଯାଇଛି।
ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ରାସ୍ତାରେ ସରକାରି ସ୍ୟୁକୃତି ପ୍ରାପ୍ତ ପାଓ୍ଵାର୍ ଓ୍ଵିଡର୍ ସେଣ୍ଟର ଆଜି ଉଦଘାଟନ କରାଯାଇଥିଲା ,ପୁର୍ବତନ କୋରାପୁଟ ସାଂସଦ ଝିନ୍ନ ହିକକା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପୁର୍ବତନ ଲକ୍ଷ୍ମୀପୁର ବିଧାୟକ କୈଳାସ ଚନ୍ଦ୍ର କୁଲେସିକା,ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଆଇ କୁଲେସିକା, ବ୍ଲକ କୃଷି ଅଧିକାରି ସୁର୍ୟକାନ୍ତ ନାହାକ,ଗ୍ରେଭ୍ସ ପାଓ୍ଵାର୍ ଓ୍ଵିଡର୍ କମ୍ପାନି ମ୍ୟାନେଜର୍ ଶରତ ସାହୁ,ସର୍ଭିସ୍ ଇଞ୍ଜିନିୟର୍ ଦିଲ୍ଲିପ କୁମାର ରାଉତ ଓ ଲ୍ୟାମ୍ପସ୍ ସଭାପତି ରାଧେଶ୍ୟାମ ଜାନି ,ଲକ୍ଷ୍ମୀପୁର ମାର୍କେଟ୍ ମୁଖ୍ୟ ଅଧିକାରୀ ପ୍ରସାଦ ରାଓଙ୍କ ସମେତ ଅନେକ ଚାଷି ଭାଇ ମାନେ ଉପସ୍ଥିତ ଥିଲେ।ପ୍ରତ୍ୟେକ ଚାଷିଙ୍କୁ ଗୋଟିଏ ପାଓ୍ଵାର୍ ଟିଲର୍ ୫୦ ପ୍ରତିଶତ ଓ ସ୍ଵୟଂସହାୟକ ଗୃପକୁ ୭୫ ପ୍ରତିଶତ ରିହାତି ଦରରେ ଦିଆଜିବ ବୋଲି କୁହାଯାଇଥିଲା।ଆଗରୁ ଚାଷି ହଳ ଲଙ୍ଗଳ ଧରି ଚାଷ ଜମିକୁ ଯାଉ ଥିଲେ,ଦିନ ସାରା ହଳ କରିବା ବଦଳରେ ଏବେ ଏହି ପାଓ୍ଵାର୍ ଓ୍ଵିଡର୍ ଦ୍ଵାରା ଚାଷ ଜମିରେ ହଳଠୁ ଆରମ୍ଭ କରି ସବୁ କାର୍ଯ୍ୟ ସ୍ଵଳ୍ପ ସମୟ ମଧ୍ୟରେ ଚାଷ କରି ହେବ ବୋଲି କୃଷି ଅଧିକାରି ବୁଝାଇଥିଲେ।ପାୱାର ୱିଡର ର ପ୍ରକୃତ ମୁଲ୍ୟ ୮୨ହଜାର ଟଙ୍କା ହୋଇଥିବା ବେଳେ ସରକାର ଙ୍କ ୫୦ ପ୍ରତିଶତ ରିହାତିରେ ୪୧ହଜାର ଲେଖାଏ ଟଙ୍କା ପ୍ରଦାନ କରି ଏହି ପାୱାର ଓ୍ଵିଡର୍ ଚାଷି ମାନଙ୍କୁ ଯୋଗାଉଥିବାରୁ ଏହା ଆଗାମି ଦିନରେ ବ୍ଲକର ଚାଷି ମାନଙ୍କ ପାଇଁ ଚାଷ କାମରେ ଅଧିକ ସହାୟକ ହେବ ବୋଲି କୃଷି ବିଭାଗ ତରଫରୁ ସୁଚନା ପ୍ରଦାନ କରାଜାଇଥିଲା।ବର୍ତମାନ ଚାଷ ସକାଶେ ମଜୁରିଆ ମିଳିବା ଜେତିକି କଷ୍ଟ ହେଉଛି ତାଠାରୁ ଅଧିକ କଷ୍ଟ ହଳ କରିବା ସକାଶେ ବଳଦ ନମିଳିବା,ତେଣୁ ବର୍ତମାନ ଚାଷି ଯନ୍ତ୍ରାଶ ସାହାଯ୍ୟରେ ଚାଷ କରିବା ପାଇଁ ଆଗ୍ରହ ହେଉଥିବା ଜଣାପଡୁଛି।ବର୍ତମାନ ଲକ୍ଷ୍ମୀପୁର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ଚାଷି ରିହାତି ଦର ରେ କେବଳ ପାୱାର ୱିଡର ପାଇବେ ନାହିଁ ବରଂ ସମସ୍ତ ପ୍ରକାର ସର୍ଭିସ୍ ମଧ୍ୟ ପାଇବେ ବୋଲି କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ