Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାର୍ମାସୀ ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ

ବରପାଲି : ବରପାଲି ସମଲେଶ୍ଵରୀ ବିହାର ପରିସରରେ ଫାର୍ମାସୀ ମହାବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପରିଚାଳନା କମିଟି ଅଧ୍ୟକ୍ଷ ନରେନ୍ଦ୍ର ହୋତା ଉତ୍ସବକୁ ଉଦଘାଟନ କରିଥିଲେ। ମହାବିଦ୍ୟାଳୟ ସଭାପତି ହିମାଂଶୁ ମୋହନ ଦେଓଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟ ନିର୍ଦେଶକ ପ୍ରଧ୍ୟାପକ ଡଃ.ରଞ୍ଜନ କୁମାର ସାହୁ ଓ ଅଧ୍ୟକ୍ଷ ଅର୍ଣ୍ଣବାଦିତ୍ୟ ମହାନ୍ତି ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ମହାବିଦ୍ୟାଳୟର ସାତଜଣ ଛାତ୍ରଛାତ୍ରୀ ଜିପିଏଟି ପରିକ୍ଷାରେ ସଫଳତା ଅର୍ଜନ କରି ଏକ ସ୍ବତନ୍ର୍ତା ବଜାୟ ରଖିଥିବାରୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ଅତିଥି ମାନେ ଉତ୍ତରତ୍ତୋର କାମନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ