Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବଶକ୍ତି ରେଙ୍ଗାଲିପାଲି ପକ୍ଷରୁ ବନମହୋତ୍ସବ

ଅତାବିରା: ବରଗଡ଼ ଜିଲା -ଅତାବିରା ଏନଏସି ଅଧିନ ୧୧ ନମ୍ବର ଓ୍ବାର୍ଡ ରେଂଗାଲିପାଲି ଖେଳପଡ଼ିଆରେ ବୁଧବାର ଯୁବଶକ୍ତି ଅନୁଷ୍ଠାନ ତରଫରୁ ୭୪ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ ଅତାବିରା ଏନଏସି ଚେୟାରମ୍ୟାନ ବନମାଳୀ ବରିହା, ସମ୍ମାନୀତ ଅତିଥି ଅତାବିରା ଫରେଷ୍ଟର କୃଶେଶ୍ବରୀ ପଧାନ, ଦେବାହାଲ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଗୋଲାପ ଭୋଇ, ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ ନେତା ଉର୍କୁଲୁ ତାଣ୍ଡି ,ପ୍ରକୂତିବନ୍ଧୁ ଡୋଲାମଣି ଶତପଥି ପ୍ରମୁଖ ଯୋଗଦାନ କରିଥିଲେ । ଯୁବଶକ୍ତି ରେଙ୍ଗାଲିପାଲିର ସଂପାଦକ ଦିଲ୍ଲୀପ ପଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଉପ ସଭାପତି ଶିବୁ ପଧାନ, ସୁବାଷ ପଧାନ, ରାଜେଶ ପଧାନ, ଗୁରୁ ଭୋଇ, ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଖେଳପଡ଼ିଆରେ ବିଭିନ୍ନ ପ୍ରକାରର ଚାରାରୋପଣ କରାଯାଇଥିଲା । ଚାରା ରୋପଣରେ ବୀର ସୁରେନ୍ଦ୍ର ସାଏ ଦେବାହାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଲାଦରପାଲି ଅରବିନ୍ଦ ସ୍କୁଲର ସମସ୍ତ ଶିକ୍ଷକ ଯୋଗ ଦେଇ ବିଭିନ୍ନ ବୃକ୍ଷ ରୋପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ