Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିମଖୋଜରେ ବନ ମହୋ୍ତ୍ସବ, ସଭିଏଁ ଏକାଠି

ସମ୍ବଲପୁର(ଯୁଯୋମୁରା):ବୀରସିଙ୍ଗଗଡ ପଞ୍ଚାୟତ ଭିମଖୋଜ ଠାରେ ଆଜି ଅନୁଷ୍ଠିତ ହୋଇଛି ବନ ମହୋତ୍ସବ। ଶ୍ରୀକାନ୍ତ ପ୍ରଧାନ ସ୍ମୃତି ସଂସଦର ମୂଖ୍ୟ ଆୟୋଜନରେ ଅନୁଷ୍ଠିତ ଏଥିରେ ଦେଖିବାକୁ ମିଳିଥିଲା,ଅନେକ ଅନୁଷ୍ଠାନ, ଅଧିକାରୀ,ଲୋକ ପ୍ରତିନିଧି ଓ ସଂଗଠକ ମାନଙ୍କୁ। ଅଞ୍ଚଳରେ ଏକ ପ୍ରାକୃତିକ ପରିବେଶ ସୃଷ୍ଟି କରି ଏକ ସନ୍ତୁଳିତ ବାତାବରଣ ତିଆରି କରିବାକୁ ମିଳିତ ଭାବେ ଭୀମଖୋଜ ଠାରେ ବୃକ୍ଷରୋପଣ ଭଳି ବୃହତ ଯୋଜନାକୁ ଯୁଯୋମୁରା ପଞ୍ଚାୟତ ସମିତିର ଅଧ୍ୟକ୍ଷା ମମତା ନାଏକ, ଉପଧ୍ୟକ୍ଷା ମନ୍ଦାକିନି ବିଶ୍ୱାଳ,ଗୋଷ୍ଠି ଉନ୍ନୟନ ଅଧିକାରୀ ନିଳାମ୍ବର ମହାନନ୍ଦ,ରେଞ୍ଜର ହରି ଶଙ୍କର ନାଏକ,ଶ୍ରୀକାନ୍ତ ପ୍ରଧାନ ସ୍ମୃତି ସଂସଦର ଉପଦେଷ୍ଟା ସୁରେଶ୍ୱର ପ୍ରଧାନ,ଏନଏସଏସ ପୋଗ୍ରାମ ଅଫିସର ଶାନ୍ତାନୁ ପ୍ରଧାନଙ୍କ ସହ ରୁଦ୍ର ଦେବାନନ୍ଦ ଆଚାର୍ଯ୍ୟ,ଶ୍ରୀନାଥ ପ୍ରଧାନ ମିଳିତ ଭାବେ ଆନୁଷ୍ଠାନିକ ଭାବେ ପୂଜା ପାଠ କରି ଆରମ୍ଭ କରିଥିଲେ। ଏଥିରେ ମହୁଲପାଲି ସ୍ଥିତ ପାର୍ବତୀ ଗିରି ଡିଗ୍ରୀ କଲେଜ ଏନଏନଏସ ଗ୍ରୁପ୍,ଯୁଯୋମୁରା ସମ୍ବାଦ ସାହିତ୍ୟ ଘର,ବନ ବିଭାଗ ଭିଏସଏସ, ଫରେଷ୍ଟ ଏଣ୍ଡ କ୍ଲାଇମେଟ ବିଭାଗ ସହିତ ଶ୍ରୀକାନ୍ତ ସ୍ମୃତି ସଂସଦର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ