Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ମୋଟେର ମଣ୍ଡଳ ପକ୍ଷରୁ ଖୁଣ୍ଟିଆ ଠାରୁ ମୋଟେର ପର୍ଯ୍ୟନ୍ତ ଜନ ସମ୍ପର୍କ ଯାତ୍ରା ଅନୁଷ୍ଠିତ।

କୋକସରା/୦୫/୦୭ କେନ୍ଦ୍ର ସରକାରଙ୍କ ଗରିବ ଜନ କଲ୍ୟାଣ ଯୋଜନା ୯ ବର୍ଷ ପୂର୍ତ୍ତି ର ବାର୍ତ୍ତା ଜନସାଧାରଣ ଙ୍କ ନିକଟରେ ପହଞ୍ଚାଇବା କୁ ଭାରତୀୟ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ମଙ୍ଗଳବାର କୋକସରା ବ୍ଲକ ମୋଟେର ମଣ୍ଡଳ ସଭାପତି ସ୍ୱୟଂବର ବାଗ ଙ୍କ ନେତୃତ୍ୱରେ କଳାହାଣ୍ଡି ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଶୀ,ମୋଟେର ମଣ୍ଡଳ ସମ୍ପାଦକ ମୁକୁନ୍ଦ ରାଉତ, ମୋଟେର ଯୁବମୋର୍ଚା ସଭାପତି ପୁରୁଷୋତ୍ତମ ସିଂ ରାଜପୁତ, ଜିଲ୍ଲା ସଭ୍ୟ ରାଧେଶ୍ୟାମ ଗୋପାଳ, ଉପ ସଭାପତି ଧନେଶ୍ୱର ନାଏକ,ହୃଦାନନ୍ଦ ସିଂ ରାଜପୁତ,ଅମିନ ରଣା, ପ୍ରସନ୍ନ ମେହେର ପ୍ରମୁଖ କର୍ମକର୍ତ୍ତା ଜନ ସମ୍ପର୍କ ଯାତ୍ରା ରେ ସାମିଲ ହୋଇ ଗାଁ ଗାଁ ବୁଲି ଲୋକଙ୍କୁ ଭେଟି କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ ଯୋଜନା ବିଷୟରେ ସଚେତନ କରିଛନ୍ତି। ବ୍ଲକ ର ଖୁଣ୍ଟିଆ ପଞ୍ଚାୟତ ରୁ ମୋଟେର ପଞ୍ଚାୟତ ପର୍ଯ୍ୟନ୍ତ ଦଲୀୟ କର୍ମକର୍ତ୍ତା ମାନେ ଜନ ସମ୍ପର୍କ ଯାତ୍ରା ରେ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ