Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରାବଣରେ ମୁଣ୍ଡ ଫଟା ତାତି ,ଗଜା ମରୁଡି ଆଶଙ୍କାରେ ଚାଷୀ

ଆଷାଢ଼ ଯାଇ ଶ୍ରାବଣ ଆସିଲା ହେଲେ ବର୍ଷାର ଦେଖା ଦର୍ଶନ ମିଳୁନାହିଁ।ବର୍ଷା ହେଉନଥିବାରୁ ଆଶା ଆଶଙ୍କାରେ ରହିଛନ୍ତି ତରଭା ବ୍ଲକର ଚାଷୀ।ରଥଯାତ୍ରା ସମୟରେ ଦୁଇ ଦିନ ବର୍ଷା ହେବାରୁ ଉତ୍ସାହିତ ଚାଷୀକୁଳ ବୁଣା ବୁଣି ଆରମ୍ଭ କରିଥିଲେ।ହେଲେ ତାପରେ ବର୍ଷାର ଦେଖାନାହିଁ। ଅଧିକାଂଶ ଚାଷ ଜମିରେ ଗଜା ମଧ୍ୟ ହୋଇନାହିଁ।ତରଭା ବ୍ଲକରେ ମୁଖ୍ୟତଃ ଧାନ ଚାଷ ହୋଇଥାଏ କେବଳ ମରାଡୁଗୁଚ୍ଛା ପଞ୍ଚାୟତର ୧୦ ହେକ୍ଟର ଜମିରେ କପା ଚାଷ ହେଉଥିବା ଜଣାଯାଇଛି।ତରଭା ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ସୁଶ୍ରୀସ୍ମିତା ପଣ୍ଡାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ବ୍ଲକର ୮୨୨୦ ହେକ୍ଟର ଜମିରେ ଧାନ ଚାଷ ଲକ୍ଷ୍ୟ ରଖାଯାଇଛି।ଏହି ୮୨୨୦ହେକ୍ଟର ଚାଷ ଜମି ମଧ୍ୟରୁ ମାତ୍ର ୨୦୦ ହେକ୍ଟର ଜମି ଜଳସେଚିତ ହୋଇଥିବା ବେଳେ ଅବଶିଷ୍ଟ ୮୦୨୦ ହେକ୍ଟର ଜମିର ଚାଷ ଇନ୍ଦ୍ର ଦେବଙ୍କ ଦୟା ଉପରେ ନିର୍ଭର କରେ।ଏବର୍ଷ ମଇ ମାସରେ ବ୍ଲକରେ ୨୨ମିମି ବର୍ଷା ହୋଇଥିବା ବେଳେ ଜୁନ ମାସରେ ୧୬୧.୦୪ ମିମି ବର୍ଷା ରେକର୍ଡ କରାଯାଇଛି।ଜୁଲାଇ ମାସରେ ମୋଟେ ବର୍ଷା ହୋଇନାହିଁ ଫଳରେ ଚାଷକାର୍ଯ୍ୟ ଆଗେଇ ପାରୁନାହିଁ।ବର୍ତ୍ତମାନ ସୁଦ୍ଧା ୭୦/୮୦ ଭାଗ ଜମିରେ ବୁଣା ସରିଛି ହେଲେ ବର୍ଷା ଅଭାବରେ ତଳି ଶୁଖିବାକୁ ବସିଲାଣି।ଅନେକ ଜମି ପାଣି ଅଭାବରୁ ଫାଟି ଗଲାଣି ଯଦି ଏହି ସପ୍ତାହରେ ବର୍ଷା ନହୁଏ ତେବେ ତଳି ମରିଯିବାର ସମ୍ଭାବନା ଦେଖା ଦେଲାଣି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ