Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାହେଶ୍ୱରୀ ସଂଗଠନ ତରଫରୁ ବନ ମହୋତ୍ସବ

ସପ୍ତାହ ବ୍ୟାପି ବଲାଙ୍ଗୀର ମାହେଶ୍ୱରୀ ସଂଗଠନ ମହିଳା ଶାଖା ପକ୍ଷରୁ ସପ୍ତାହ ବ୍ୟାପୀ ପାଳନ କରାଯାଉଥିବା ବନ ମହୋତ୍ସବ ଆଜି ସୋନପୁର ଜିଲ୍ଲା ଐତିହ୍ୟ ସମ୍ପନ୍ନ ତରଭା ସହର ନିକଟବର୍ତ୍ତୀ ଶିବତୁଲା ଦୃଷ୍ଟିହୀନ ଓ ମୁକ ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ପାଳିତ ହୋଇଯାଇଛି। ନାଚଗୀତ,ଖେଳ ଆଦି ମାଧ୍ୟମରେ ପ୍ରକୃତିର ଆବଶ୍ୟକତା ଓ ସନ୍ତୁଳନ ରଖାଯିବାର ଉପାୟ ମାନ ପିଲାମାନେ ଭଲଭାବରେ ବୁଝି ପାରିଥିଲେ। ଅନୁଷ୍ଠାନ ପରିସରରେ କେତେ ଗୁଡିଏ ଚାରା ରୋପଣ ମଧ୍ୟ କରିଥିଲେ। ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହ ମାହେଶ୍ୱରୀ ସଂଗଠନର କ୍ରୀତିକା ଅଗ୍ରୱାଲ
ବୈଶାଳୀ ବହିଦାର,ପଦ୍ମାଲୟା ବାରିକ,ବବିତା ନାଗ,କଳ୍ପନା ମେହେର,କାଞ୍ଚନ ବହିଦାର,ମନୀଷା ନାଏକ ,ରିୟା କୁମ୍ଭାର,ଶିବ ପ୍ରସାଦ ମେହେର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ