Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇଟି ପୃଥକ ଦୁର୍ଘଟଣାରେ ୩ଆହତ

ଲକ୍ଷ୍ମୀପୁର ୫/୭ ….ଲକ୍ଷ୍ମୀପୁର ଥାନା ନିକଟସ୍ତ ଡୋଳିଆମ୍ବା ଗାଁ ସମ୍ମୁଖରେ ଏକ ବୋଲେରୋ ଧକ୍କା ରେ ଜ୍ୟୋସ୍ନା ବାଘ ଓ ଦେବେନ୍ଦ୍ର ବାଘ ନାମକ ଦୁଇ ଜଣ ଆହତ ହୋଇଛନ୍ତି । ଉଭୟେ ଏକ ସ୍କୁଟି ରେ ଗାଁ କୁ ଫେରୁ ଥିବା ସମୟରେ ବିପରିତ ଦିଗରୁ ଆସୁଥିବା ଏକ ବୋଲେରୋ ସହ ଧକ୍କା ହୋଇ ଥିଲା । ଉଭୟଙ୍କୁ ସଙ୍ଗେ ସଙ୍ଗେ ଲକ୍ଷ୍ମୀପୁର ମେଡ଼ିକାଲ୍ ରେ ଭର୍ତ୍ତି କରି ଚିକିତ୍ସା କରାଯାଇ ଥିଲା । ଦେବେନ୍ଦ୍ର ର କାନ୍ଧ ର ହାଡ ଭାଙ୍ଗି ଯାଇ ଥିବା ଯୋଗୁଁ ଚିକିତ୍ସା ପାଇଁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା। ସେହିପରି ମିନାପାଇ ଟର୍ଣିଂ ରେ ଥିବା ମନ୍ଦିର ସମ୍ମୁଖରେ ଗୋଟିଏ ବାଇକ୍ ଓ କାର ମଧ୍ୟ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ହୋଇଥିଲା । ବାଇକ ଚାଳକ ଅଙ୍କିତ ଦୋରା ଗୁରୁତ୍ଵର ଆହତ ହେବା ସହ ତାଙ୍କର ମଧ୍ୟ ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା । ତାଙ୍କୁ ଲକ୍ଷ୍ମୀପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କଲା ପରେ କୋରାପୁଟ ଏସଏଲଏନ୍ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି । ବେପାରୁଆ ଗାଡିଚାଳନା ଯୋଗୁଁ ବାରମ୍ବାର ଦୁର୍ଘଟଣା ଅଞ୍ଚଳରେ ଘଟୁଛି।ବସ୍ ଷ୍ଟାଣ୍ଡ ରେ ସିସି ଟିଭି ଲାଗିଥିଲେ ମଧ୍ୟ ଯୁବପିଢି କାହାରିକୁ ଖାତିର ନକରି ପୋଲିସ କୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇ ବେପାରୁଆ ଭାବେ ଦ୍ରୁତ ଗତିରେ ଗାଡିଚାଳନା କରୁଛନ୍ତି,ପୋଲିସ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ