Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋତକ ଭିଜାରେ ଶେଷ ହେଲା କବିତା ଦେବିଙ୍କ ସମ୍ବର୍ଦ୍ଧନା ଉତ୍ସବ

ଅସ୍ତରଙ୍ଗ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଛୁରିଆନା ଗ୍ରାମ ପଞ୍ଚାୟତ ର ପାପିରା ଉ ପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀମତୀ କବିତା ଦେବୀ ଙ୍କର,ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇ ଅଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦୁଲତା ମଳିକ ଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ, ଅବସରପ୍ରାପ୍ତ ଶିକ୍ଷାଧିକାରୀ ଶ୍ରୀ ପ୍ରମୋଦ କୁମାର ନାୟକ,ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିବା ବେଳେ,ମୁଖ୍ୟ ବକ୍ତା ଥିଲେ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନବଘନ ବାରିକ ଓ ସମ୍ମାନିତ ଅତିଥି ଥିଲେ, ବରିଷ୍ଟ ସାମ୍ବାଦିକ ଦୁଃଶାସନ ନାୟକ,ସରପଞ୍ଚ କ୍ଷୀରୋଦ କାଂଡି,ସମିତି ସଭ୍ୟ ବିମ୍ବାଧର ବିଶ୍ଵାଳ, ସାଧନକେନ୍ଦ୍ର ସଂଯୋଜକ ଯଶୋବନ୍ତ ବେହେରା,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର ସ୍ବାଇଁ ପ୍ରମୁଖ । ବକ୍ତା ମାନେ,କବିତା ଦେବୀ ବିଦ୍ୟାଳୟରେ ୧୭ ବର୍ଷ ରହଣୀ ଭିତରେ ବିଦ୍ୟାଳୟର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ,ଅଭିଭାବକ, ଜନସାଧରଣଙ୍କର କିପରି ପ୍ରିୟ ଭାଜନ ହୋଇ ପାରିଥିଲେ ସେ ବିଷୟରେ ମତ ବ୍ୟକ୍ତ କରିଥିଲେ । ତାଙ୍କର ଲୋକ ପ୍ରିୟତା ଓ ଶିକ୍ଷ୍ୟା ଦାନ କୁ ସମ୍ମାନ ଦେଇ, ବଳଭଦ୍ରପୁର ସାଧନ କେନ୍ଦ୍ର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ବିଦ୍ୟାଳୟର ଛାତ୍ର ଛାତ୍ରୀ, ଆଣକଣା ଗ୍ରାମବାସୀ ଙ୍କ ତରଫରୁ ବିଭିନ୍ନ ନାମୀ ଦାମୀ ଉପହାର,ଫୁଲତୋଡ଼ା,ଉତ୍ତରୀୟ ଦେଇ ସମ୍ମାନିତ କାରା ଯାଇଥିଲା । ଶ୍ରୀମତୀ କବିତା ଦେବୀ , ତାଙ୍କର ବିଦାୟୀ ଭାଷଣ ରେ ଦୁଇପଦ କହିଲା ବେଳେ,ବିଦ୍ୟାଳୟ ପରିସର ରେ ଏକ ଭାବାବେଗ ପୂର୍ଣ୍ଣ ପରିବେଶ ସୃଷ୍ଠି ହେବାସହ,ଉପସ୍ଥିତ ଥିବା ସହ ସହ ଜନତା ଙ୍କ ଆଖିରୁ ଲୋତକ ଧାର ବୋହୂ ଥିବାର ଦେଖା ଯାଇଥିଲା ।ଶିକ୍ଷକ ଅମରେଶ୍ୱର କାଂଡି,ମଞ୍ଚ ପରିଚାଳନା କରିଥିଲା ବେଳେ, ବଇଁଶୀ ଧର ବାରିକ,ଦୀପ୍ତି ସାହୁ,ଧୀରେନ୍ଦ୍ର ପ୍ରଧାନ,ଆଦି ଶିକ୍ଷକ ଉକ୍ତ ଉତ୍ସବ ର ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରାରମ୍ଭ ରେ ଅତିଥି ମାନେ ପ୍ରଦୀପ ପ୍ରଯୋଳନ ପୂର୍ବକ, ଉତ୍ସବ ଉଦଘାଟନ ,କଲାପରେ,ବିଦାୟୀ ସଙ୍ଗୀତ ଶିକ୍ଷକ ଗୁଣନିଧି ପଟ୍ଟନାୟକ ଓ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଗାନ କରା ଯାଇଥିଲା । ଶେଷରେ,ଗୁରୁମା କଳ୍ପନା ଦେବୀ ଙ୍କୁ, ଏକ ଶୋଭା ଯାତ୍ରାରେ ତାଙ୍କ ନିଜ ଗ୍ରାମ ପାଟଳଦା ନିଆଯାଇ ଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ