ବିବାଦରେ ଭିମସାର ଅଧ୍ୟକ୍ଷା: ଏତଲା ଦେଇ ଗଲେ ଛୁଟିରେ

ସମ୍ବଲପୁର(ବୁର୍ଲା): ଭିମାସରରେ ‘ୟୁଫୋରିଆ’ କାର୍ଯ୍ୟକ୍ରମକୁ ନେଇ ବ୍ରହ୍ମପୁର ଏମକେସିଜି ଓ ବୁର୍ଲା ଭିମସାର ଛାତ୍ରଙ୍କ ମଧ୍ୟରେ ଘଟିଥିବା ଅଭାବନୀୟ ଘଟଣା ଶେଷରେ ବିନ୍ନ ମୋଡ ନେବାକୁ ଯାଉଛି। ଘଟଣାକୁ ଚାପି ଦେବାକୁ ଏକ ପ୍ରକାର ଉଦ୍ୟମ ହେଉଥିବା କୁହାଯାଉଛି।
ଏହି ଘଟଣାକୁ ନେଇ ଗତକାଲି ବୁର୍ଲା ଥାନାରେ ଭିମସାର ଡିନ ତଥା ଅଧ୍ୟକ୍ଷା ପ୍ରଫେସର ଡା.ଜୟଶ୍ରୀ ଦୋରା ଏତଲା ଦେଇଛନ୍ତି । ଏତଲାରେ କାହାରି ନାମ ଉଲ୍ଲେଖ ନଥିବା କରାଯାଇ ନାହିଁ। ପୁଣି ଏତଲା ଦେଇ ସରକାରୀ କାମର ଅଳ ଦେଖାଇ ସେ ଛୁଟୀରେ ଚାଲି ଯାଇଛନ୍ତି। ଏହା ତାଙ୍କ ପୁରୁଣା ଅଭ୍ୟାସ। ଯେତେବେଳେ ବି ଭିମସାରରେ କୌଣସି ଅପ୍ରତିକର ଘଟଣା ଘଟେ ସେତେବେଳେ ଅଧ୍ୟକ୍ଷା ପ୍ରଫେସର ଡା.ଦୋରା ନିଜ କାର୍ଯ୍ୟଭାର ୱାଡେନଙ୍କୁ ଦେଇ ଭିମାସାରରେ ଅନୁପସ୍ଥିତ ରହିଥାନ୍ତି। ଏହା ତାଙ୍କ ଚିରାଚରିତ ଅଭ୍ୟାସରେ ପରିଣତ ହୋଇଥିଲେବି ସାମୁହିକ ସ୍ୱାର୍ଥ୍ୟକୁ ସେ କେତେବେଳେ ସୁଦ୍ଧା ସମ୍ମାନର ସହିତ କାର୍ଯ୍ୟ ନିର୍ବାହ କରୁତିବା ଭଳି ଉଦାହରଣ ସୃଷ୍ଟି କରି ପାରୁନାହାନ୍ତି । ଫଳରେ ସବୁବେଳେ ଏଭଳି ବିବାଦରେ ଛନ୍ଦି ହେଉଥିଲେ ବି ତାଙ୍କ ପ୍ରତି ସରକାରଙ୍କ କୃପା ଦୃଷ୍ଟି ରହୁଛି। ବୁର୍ଲା ଥାନା ଏହି ମାମଲାରେ ଆଇପିସି ଧାରା ୧୪୭, ୧୪୮, ୧୪୯, ୩୨୩,୩୪୧,୨୯୪ରେ ମାମଲା ରୁଜୁ କରିଛି। ଏ ସଂକ୍ରାନ୍ତରେ ଭିମସାର ଅଧ୍ୟକ୍ଷାଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କଲେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନୁଜ ଠାରୁ ଦୂରେଇ ରଖୁଛନ୍ତି। ତେବେ ‘ୟୁରୋଫିଆ, ପ୍ରସ୍ତୁତି ଆରମ୍ଭରୁ ଏହାକୁ ନେଇ ଭିମସାର କର୍ତ୍ତୁପକ୍ଷଙ୍କୁ ଲିଖିତ ଅଭିଯୋଗ କରାଯାଇଥିବା ଓ ଏହାକୁ କର୍ତ୍ତୁପକ୍ଷ ହାଲୁକା ଭାବେ ନେଇ ଥିବାରୁ ଏଭଳି ଅପ୍ରତିକର ଘଟଣାର ସୂତ୍ରପାତର କାରଣ ବୋଲି ବର୍ତ୍ତମାନ ଗୁରୁତର ଅଭିଯୋଗ ହେଉଛି । ଏ ସଂକ୍ରାନ୍ତରେ ମଧ୍ୟ ଡିନ ତଥା ଅଧ୍ୟକ୍ଷାଙ୍କ ପ୍ରତିକ୍ରିୟା ପ୍ରତି ପୋଲିସର ଧ୍ୟାନ ଦେବା ବିଧେୟ ବୋଲି ଜନମାନସରେ ଆଲୋଚନା ହେଉଛି।