Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଓଜେଇଇ କାଉନସେଲିଂ; ୧୫ ସୁଦ୍ଧା ସରିବ ନାମଲେଖା

ଭୁବନେଶ୍ବର: ଆଜିଠୁ ଆରମ୍ଭ ଓଜେଇଇ କାଉନସେଲିଂ। ରାଜ୍ୟରେ ଥିବା ସରକାରୀ ଓ ଘରୋଇ କଲେଜର ବିଟେକ, ବିଆର୍କିଟେକ, ଇଣ୍ଟିଗ୍ରେଟେଡ ଏମଏସସି ଆଦି ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ କାଉନସେଲିଂ ଆରମ୍ଭ ହେବ । ଅଗଷ୍ଟ ୧୫ ସୁଦ୍ଧା ସରିବ ନାମଲେଖା ପ୍ରକ୍ରିୟା। ଚଳିତବର୍ଷ ୪ଟି ରାଉଣ୍ଡରେ ହେବ ନାମଲେଖା। ଆଜିଠୁ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ ଓ ଚଏସ୍‌ ଫିଲିଂ କରିପାରିବେ ।

ଚଏସ୍‌ ଫିଲିଂ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ୧୨ ତାରିଖ ଅପରାହ୍ନରେ ମକ୍‌ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକାଶ ପାଇବ । ୧୪ ତାରିଖରେ ପୂର୍ବାହ୍ନ ୧୧ଟା ୩୦ରୁ ପ୍ରାର୍ଥୀଙ୍କ ପାଇଁ ଚଏସ୍‌ ଲକିଂ ସୁବିଧା ଉପଲବ୍ଧ ହେବ। ୧୫ ତାରିଖ ସୁଦ୍ଧା ପଞ୍ଜୀକରଣ ଓ ଚଏସ୍‌ ଲକିଂ ପ୍ରକ୍ରିୟା ଶେଷ ହେବ। ୧୬ରୁ ୧୮ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ତଥ୍ୟ ଯାଞ୍ଚ, ସିଟ୍‌ ବୈଧତା ଆଦି ଯାଞ୍ଚ କରାଯିବ। ୧୯ ତାରିଖରେ ପ୍ରଥମ ରାଉଣ୍ଡ ସିଟ୍‌ ଆଲଟ୍‌ମେଣ୍ଟ ହେବ। ୧୯ରୁ ୨୩ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ରିପୋଟିଂ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories