Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ବାହାରିବ ଯୁକ୍ତ ୨ ପ୍ରଥମ କଟ୍ ଅଫ୍ ମାର୍କ; ୭ରୁ ନାମଲେଖା 

ଭୁବନେଶ୍ବର: ଆଜି ବାହାରିବ ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ କଟ୍ଅଫ୍ ମାର୍କ । ଏ ନେଇ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମେରିଟ ଲିଷ୍ଟ ପ୍ରକାଶ ପାଇବ । ପ୍ରଥମ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୭ ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ସୂଚନା ଅନୁଯାୟୀ ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ ଲିଷ୍ଟ। ଜୁଲାଇ ୨୦ ରୁ ୨୨ ମଧ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା। ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ସୁଦ୍ଧା ଶେଷ କରାଯିବ। ଅଗଷ୍ଟ ୧ ରୁ ପାଠପଢା ଆରମ୍ଭ ହେବ।

ତେବେ ଯୁକ୍ତ ୨ ନାମଲେଖା ପାଇଁ ମେ ୨୯ ରୁ ଆବେଦନ ଆରମ୍ଭ ହୋଇଥିଲା। ଜୁନ୍ ୩୦ ଆବେଦନର ଶେଷ ତାରିଖ ଥିଲା। ଚଳିତଥର ରାଜ୍ୟରେ ଥିବା ୨୧୫୮ଟି କଲେଜ ପାଇଁ ୫ଲକ୍ଷରୁ ଅଧିକ ସିଟ୍‌ ପାଇଁ ଆବେଦନ କରିଛନ୍ତି ୪ଲକ୍ଷ ୭୨ ହଜାର ୨୭୯ ଛାତ୍ରଛାତ୍ରୀ। ଏଥିରୁ ୪ଲକ୍ଷ ୬୭ ହଜାର ୩୫୮ଜଣ ଅନଲାଇନରେ ଆବେଦନ ଫି ଦାଖଲ କରିଛନ୍ତି।