Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ଯଶସ୍ଵୀ ଓ ତିଳକଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଜାତୀୟ ପୁରୁଷ ଚୟନକର୍ତ୍ତା କମିଟି ବୁଧବାର ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଖେଳା ଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ଦଳ ଘୋଷଣା କରିଛି। ୧୫ ଜଣିଆ ଭାରତୀୟ ଦଳର ନେତୃତ୍ଵ ନେବେ ହାର୍ଦ୍ଦିକ ପାଣ୍ଡ୍ୟା। ଟି-୨୦ ଦଳରେ ତିଳକ ବର୍ମା ଏବଂ ଯଶସ୍ଵୀ ଜୟସଓ୍ଵାଲଙ୍କୁ ସାମିଲ୍ କରାଯାଇଛି। ଦଳରେ ନିୟମିତ ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟର ବିରାଟ କୋହଲି ସମେତ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଟି-୨୦ ସିରିଜ ଅଗଷ୍ଟ ୩ରୁ ଖେଳାଯିବ।

ତାରକା ସ୍ପିନର ରବି ବିଷ୍ଣୋଇଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ୨୦୨୩ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଯଶସ୍ଵୀ ଜୟସଓ୍ଵାଲ ଏବଂ ତିଳକ ବର୍ମାଙ୍କୁ ପୁରସ୍କୃତ କରାଯାଇ ଭାରତୀୟ ଟି-୨୦ ଦଳରେ ସାମିଲ୍ କରାଯାଇଛି। ଜୟସଓ୍ଵାଲ ରାଜସ୍ଥାନ ପାଇଁ ୧୪ଟି ମ୍ୟାଚ୍ରେ ୧୬୩.୬୧ ଷ୍ଟ୍ରାଇକ୍ ରେଟରେ ୬୨୫ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ୫ ଅର୍ଦ୍ଧଶତକ ସାମିଲ୍। ତାଙ୍କ ନାମରେ ଆଇପିଏଲ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ରହିଛି। ଏହିପରି ବାମହାତୀ ବ୍ୟାଟର ତିଳକ ବର୍ମା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଚମତ୍କାର ପ୍ରଦର୍ଶନ କରି ସଭିଙ୍କୁ ପ୍ରଭାବିତ କରିଛନ୍ତି।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଯୁବ ବୋଲର ଖେଳାଳି ଭାରତୀୟ ଦ୍ରୁତ ବୋଲରର ନେତୃତ୍ଵ ନେବେ। ଏଥିରେ ଅର୍ଶଦୀପ ସିଂ, ଉମରାନ ମଲିକ, ଅଭେଶ ଖାନ ଏବଂ ମୁକେଶ କୁମାରଙ୍କ ନାମ ସାମିଲ୍। ସ୍ପିନ ବିଭାଗରେ ଅକ୍ଷର ପଟେଲ୍, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ଏବଂ ରବି ବିଷ୍ଣୋଇଙ୍କ ନାମ ସାମିଲ୍।

ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ

ଇଶାନ କିଷନ(ଓ୍ଵିକେଟ୍ କିପର), ଶୁଭମନ ଗିଲ୍, ଯଶସ୍ଵୀ ଜୟସଓ୍ଵାଲ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଉପ ଅଧିନାୟକ), ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଅକ୍ଷର ପଟେଲ୍, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ଉମରାନ ମଲିକ, ଅଭେଶ ଖାନ, ମୁକେଶ କୁମାର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ