ଡିଏନ ଗ୍ରୁପରେ ଜାରି ରହିଛି ଆଇଟି ଚଢଉ; ରେଡ୍‌ ବେଳେ ମିଳିଲା ନକଲି ନୋଟ୍‌, ୧୦୦ କୋଟିରୁ ଅଧିକ କ୍ୟାସ୍ ରିସିପ୍ଟ


ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ବ୍ୟବସାୟିକ ପ୍ରତିଷ୍ଠାନ ଡିଏନଗ୍ରୁପରେ ଗତକାଲି ଆଇଟି ରେଡ କରିଥିଲା। ଆଜି ଦ୍ବିତୀୟ ଦିନରେ ଚାଲିଛି ଚଢଉ। ଟିକସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଏହି ଚଢଉ କରାଯାଇଛି । ଗତକାଲି ଚଢଉ ବେଳେ ଆୟକର ବିଭାଗ ୩୦ କୋଟି ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା । ଗତକାଲି ଆୟକର ବିଭାଗର ୭ ଜଣିଆ ଏକ ଟିମ ଚଢଉ କରିଥିଲେ ।

ଆଜି  DN ଗ୍ରୁପର ଅଧିକାରୀଙ୍କୁ ଆୟକର ବିଭାଗର ପଚରା ଉଚୁରା ଜାରି ରହିଛି। ଗତକାଲି ଯେଉଁ ଟଙ୍କା ଜବତ ହୋଇଥିଲା ସେ ନେଇ ପଚରା ଉଚୁରା ଚାଲିଛି । ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ଘରେ ପଚରାଉଚରା କରାଯାଉଛି । ତେବେ ସୂଚନା ଅନୁଯାୟୀ ଖୋଳତାଡ ବେଳେ ୩ଟି ଟ୍ରଙ୍କ ମିଳିଥିବା ଜଣାପଡିଛି। ଟ୍ରଙ୍କରେ ଟଙ୍କା ଓ କାଗଜପତ୍ର ଭର୍ତ୍ତି ହୋଇଥିବା ଜଣାପଡିଛି । ଏହା ସହ ଗୋଟିଏ ଆଟାଚ୍ ମଧ୍ୟ ମିଳିଛି । ୧୦୦ କୋଟିରୁ ଅଧିକ ଟଙ୍କାର କ୍ୟାସ୍ ରିସିପ୍ଟ ମିଳିଥିବା ମଧ୍ୟ ସୂଚନା ମିଳିଛି ।