ଶଙ୍ଖ ଭବନରେ ସମ୍ବଲପୁର ଜିଲ୍ଲା ବୈଠକ


ସମ୍ବଲପୁର(ଭୁବନେଶ୍ବର): ଶଙ୍ଖ ଭବନରେ ସମ୍ବଲପୁର ଜିଲ୍ଲା ନେତାଙ୍କୁ ନେଇ ସରିଛି ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ।ସମ୍ବଲପୁର ଜିଲ୍ଲାର ବିଧାୟକ ଓ ନେତାଙ୍କୁ ନେଇ ଏହି ବୈଠକରେ ସଂହତି ଓ ଏକତା ପ୍ରତି ଗୁରୁତ୍ୱ ଦେବା ସହ ବିବାଦ ମୁକ୍ତ ବିଜେଡି ନେଇ ଆଲୋଚନା ହୋଇଥିବା ଜଣାପଡିଛି। ବ

ବିଜେଡି ସାଂଗଠନିକ ସଂପାଦକ ତଥା ସମ୍ବଲପୁର ଜିଲ୍ଲା ପ୍ରଣବ ପ୍ରକାଶ ଦାଶ ସମ୍ବଲପୁରରୁ ଫେରିବା ପରେ ବୈଠକରେ ବିଶେଷ କରି ସମ୍ବଲପୁରରେ ସଂଗଠନକୁ ମଜଭୁତ କରିବା ପାଇଁ ଫୋକସ୍‌ କରାଯାଇଥିବା ନେଇ ସୂଚନା ମିଳିଛି।