Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରି ଦିବସକୁ ମହା ମହିମହିିମ ରାଜ୍ୟପାଳଙ୍କ ନିମନ୍ତ୍ରଣ

ସମ୍ବଲପୁର(ଭୁବନେଶ୍ବର):ଅଗଷ୍ଟ୧ ତାରିଖ ହେବାକୁ ଥିବା ସମ୍ବଲପୁରି ଦିବସ ପାଇଁ ଆଜି ମହାମହିମ ରାଜ୍ୟପାଳ ଗଣେଷୀ ଲାଲଙ୍କୁ ନିମନ୍ତ୍ରଣ କରିବା କରବା ସହ ଉତ୍ସବରେ ଯୋଗଦାନ ପାଇଁ ନିବେଦନ କାରାଯାଇଛି। ସମ୍ବଲପୁରୀ ସଂସ୍କୃତିର ପୁରୋଧା ଗୁରୁ ସତ୍ଯ ନାରାୟଣ ବହିଦାରଙ୍କ ଜନ୍ମଦିନ କୁ ୨୦୧୩ ରୁ ସମ୍ବଲପୁରୀ ଦିନ ଭାବରେ ପଶ୍ଚିମାଞ୍ଚଳ ଏକତା ମଂଚ ପାଲନ ଆରମ୍ଭ କରିଆସୁଛି। ଗୁରୁଶ୍ରୀ ସତ୍ଯ ନାରାୟଣ ବହିଦାରଙ୍କ ସମ୍ବଲପୁରି ଭାଷା ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଅବଦାନ ଅତୁଳନୀୟ।ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ସମ୍ବଲପୁର ସମେତ ରାଜ୍ଯ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ତାଙ୍କର ଜନ୍ମଦିନକୁ ଦଶ ବର୍ଷ ହେବ ସମ୍ବଲପୁରୀ ଦିନ ଭାବରେ ପାଳନ କରିଆସୁଛି।ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମ୍ବଲପୁର କଚେରୀ ରୋଡରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ ପାଳନ କରାଯିବ। ଚଲିତ ବର୍ଷ ଏଗାର ତମ ସମ୍ବଲପୁରୀ ଦିବସରେ ଅତିଥି ଭାବରେ ଓଡିଶାର ମହାମହିମ ରାଜ୍ଯପାଲ ଗଣେଷୀ ଲାଲଙ୍କୁ ରାଜଭବନ ଯାଇ ନିୟୁତା ଦେଇଛି ପଶ୍ଚିମାଞ୍ଚଳ ଏକତା ମଞ୍ଚ।ଏହି ସମୟରେ ମହାମହିମ ରାଜ୍ୟପାଳ ଗୁରୁ ସତ୍ଯ ନାରାୟଣ ବହିଦାର ଏବଂ ସମ୍ବଲପୁରୀ ଦିନ ବାବଦରେ ପଚାରି ବୁଝିଥିଲେ। ସମ୍ବଲପୁରୀ ଦିନର ଗୋଟିଏ ଦଶନ୍ଧିର ଅଭୁତପୂର୍ବ ସଫଲତା ପାଇଁ ରାଜ୍ଯପାଳ ପଶ୍ଚିମାଞ୍ଚଳ ଏକତା ମଂଚ କୁ ଅଭିନନ୍ଦନ ଜଣାଇ ଥିଲେ।
ନିୟୁତା ଦେବା ଅବସରରେ ରେଙ୍ଗାଲି ବିଧାୟକ ତଥା ପଶ୍ଚିମାଞ୍ଚଳ ଏକତା ମଞ୍ଚର ଅନ୍ୟତମ ଉପଦେଷ୍ଟା ନାଉରୀ ନାୟକ ଆବାହକ ଭବାନୀଶ ଭୋଇ, ମୁଖ୍ଯ ସଂଯୋଜକ ମାନସ ରଂଜନ ବକ୍ସି, ସଙ୍ଗଠନ ସଂଯୋଜକ ସୁବୋଧ କୁମାର ଦୋରା ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ