Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା; ୧୩ ଯାଏ ଚାଲିବ

ଭୁବନେଶ୍ବର: ଆଜିଠୁ ଯୁକ୍ତଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା । ଗତକାଲି ବାହାରିଥିଲା ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ କଟ ଅଫ ମାର୍କ। କଳା, ବିଜ୍ଞାନ ଓ ବାଣିଜ୍ୟ କ୍ଷେତ୍ରରେ ଆଗରେ ରହିଥିଲା ରେଭେନ୍ସା। ତେବେ ଆଜି ପ୍ରଥମ କଟ ଅଫ୍‌ ମାର୍କରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ନାମ ଲେଖାଇବେ। ସକାଳ ୯ରୁ ୫ଟା ଯାଏ ନାମଲେଖା ଚାଲିବ। ଜୁଲାଇ ୭ରୁ ୧୩ ଯାଏ ଚାଲିବ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା।

ଚଳିତବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ପିଲା ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮, ବାଣିଜ୍ୟରେ ୨୫ ହଜାର ୧୬୮ ଓ ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୨୩, ସଂସ୍କୃତରେ ୭ହଜାର ୭୭୯ ଏବଂ ଧନ୍ଦାମୂଳକରେ ୫ହଜାର ୨୨୦ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।

ଜୁଲାଇ ୧୯ ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ। ୨୦ ରୁ ୨୨ ଯାଏ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ। ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ୩୧ ଜୁଲାଇ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରି ଅଗଷ୍ଟ ୧ ତାରିଖରୁ ପାଠପଢା ଆରମ୍ଭ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories