ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ସ୍ଥିତ ଆଂଚଳିକ ଉଚ୍ଚ ବିଦ୍ୟାପୀଠ ପରିସର ରେ ଗୁରୁବାର ବନମହୋତ୍ସବ ପାଳିତ ହୋଇଯାଇଛି । ଏନେଇ ସ୍କୁଲ ପରିସରରେ ଏକ ସାଧାରଣ ସଭା ହୋଇଥିଲା । ସ୍କୁଲର ପ୍ରଧାନଶିକ୍ଷକ ବ୍ରଜମୋହନ ବାରିକ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ହାତିଲିମୁଣ୍ଡା ବନପାଳ ଅଜୟ ବାରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ଛାତ୍ରୀଛାତ୍ରଙ୍କୁ ବୁଝାଇଥିଲେ।ପ୍ରତ୍ୟେକ ଅତିକମରେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିଥିଲେ ।ବିଦ୍ୟାଳୟର ଇକୋ କ୍ଲବ ଦାୟିତ୍ବରେ ଥିବା ଶିକ୍ଷକ ଗୌରୀଶଙ୍କର ପୂଜାହାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜଙ୍ଗଲ ସୁରକ୍ଷା ସମ୍ବନ୍ଧରେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ସଚେତନ କରାଯାଇଥିଲା ।ସଭାପରେ ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା କରାଯାଇ ଲୋକଙ୍କୁ ଜଙ୍ଗଲ ସୁରକ୍ଷା ଓ ଵୃକ୍ଷ ରୋପଣ ଉପରେ ଗୁରୁତ୍ବ ଦେବାକୁ ସଚେତନ କରାଯାଇଥିଲା । ପରେ ସ୍କୁଲ ପରିସରରେ ଆମ୍ବ , ପଣସ , ଅଁଳା , କରଞ୍ଜ , ନିମ୍ନ ଆଦି ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ , ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ।
କେନଝରିଆ ପାଲି ହାଇସ୍କୁଲରେ ବନ ମହୋତ୍ସବ ପାଳିତ
