Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ଶ୍ରୀମନ୍ଦିରରେ ଡିଜିଟାଲ ପେମେଣ୍ଟ ଜରିଆରେ ଦାନ ଦେଇପାରିବେ ଭକ୍ତ

ପୁରୀ: ବ୍ୟାପକ ହେଲା ଶ୍ରୀମନ୍ଦିର ଦାନ ବ୍ୟବସ୍ଥା। ଏଣିକି ଡିଜିଟାଲ ପେମେଣ୍ଟ ଜରିଆରେ ଶ୍ରୀମନ୍ଦିରକୁ ଦାନ ଦେଇପାରିବେ ଭକ୍ତ। ପେଟିଏମ୍‌ ମାଧ୍ୟମରେ ଶ୍ରୀମନ୍ଦିରକୁ ଦାନ ଦେଇପାରିବେ ଶ୍ରଦ୍ଧାଳୁ। ଏଥିପାଇଁ ଶ୍ରୀମନ୍ଦିରକୁ ଡିଜିଟାଲ ଦାନ ପାଇଁ ପେଟିଏମ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଚୁକ୍ତି ହୋଇଥିବା ସୂଚନା ମିଳିଛି। ଡିଜିଟାଲ ଦାନ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର, ରେଳ ଷ୍ଟେସନ, ବସଷ୍ଟାଣ୍ଡ, ଅତିଥିଶାଳା, ହୋଟେଲ ଆଦି ସ୍ଥାନରେ କ୍ୟୁ-ଆର ସ୍କାନର ଲଗାଯାଇଛି ।

ତେବେ ଏଭଳି ପଦକ୍ଷେପକୁ କିଛି ଶ୍ରଦ୍ଧାଳୁ ସମର୍ଥନ କରୁଥିବା ବେଳେ କିଛି ଭକ୍ତ ଏହାକୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି। ଡିଜିଟାଲରେ ଦାନ ସଂଗ୍ରହ ପଦ୍ଧତିକୁ ବିରୋଧ କରିଛନ୍ତି କିଛି ଭକ୍ତ।

ଏଭଳି ସ୍ଥିତିରେ ଦାନ ପାଇଁ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥ୍ୟାର କଣ ଆବଶ୍ୟକତା ରହୁଛି ବୋଲି କିଛି ଶ୍ରଦ୍ଧାଳୁ ପ୍ରଶ୍ନ ମଧ୍ୟ କରିଛନ୍ତି । ତେବେ ସୂତ୍ରରୁ ପ୍ରକାଶ ଯେ ଡିଜିଟାଲ ଦାନ ଜରିଆରେ ଶ୍ରୀମନ୍ଦିର ରାଜସ୍ୱ ବୃଦ୍ଧି କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଛି ।