ସଂଗଠନକୁ ସୁଦୃଢ଼ କରୁଛି ବିଜେଡି; ୬ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର: ୨୦୨୪ ନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତ କରୁଛି ଶାସକ ଦଳ ବିଜେଡି। ସଂଗଠନକୁ ସୁଦୃଢ଼ କରୁଛି ବିଜେଡି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୬ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ସହ ୩ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

ବିଜେଡି ସୁପ୍ରିମୋ ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ ନୃସିଂହ ଚରଣ ସାହୁଙ୍କୁ ନବୀନ ନିଯୁକ୍ତି ଦେଇଥିବା ବେଳେ ବାଲେଶ୍ୱର ଜିଲ୍ଲା ସଭାପତି ହୋଇଛନ୍ତି ଅଶ୍ୱିନୀ କୁମାର ପାତ୍ର । ନିକଟରେ ପୂର୍ବତନ ସାଂସଦ ରବୀନ୍ଦ ଜେନା ବାଲେଶ୍ୱର ବିଜେଡି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ । ରବୀନ୍ଦଙ୍କ ଇସ୍ତଫା ପରେ କିଏ ପରବର୍ତ୍ତୀ ଜିଲ୍ଲା ସଭାପତି ହେବ ତାକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ଲାଗିରହିଥିଲା ।