Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାବିନିପୁର ଗ୍ରାମପଞ୍ଚାୟତ ଠାରେ ବନମହୋତ୍ସବ ପାଳନ ସହ ଚାରା ବିଚରଣ କେନ୍ଦ୍ର ଉଦଘାଟିତ

ଗୋପାଳପୁର,୦୭/୦୭ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଭାବିନିପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବନମହୋତ୍ସବ ପାଳନ ସହ ଚାରା ବିତରଣ କେନ୍ଦ୍ର ଉଦଘାଟିତ ହୋଇଛି।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଇଂ ରଂଜିତ ସାହୁ ଓ ଫରେଷ୍ଟର ବାବୁ ସେଠୀ ଯୋଗଦେଇ ଉଦଘାଟନ କରିଥିଲେ।ଏହି କ୍ରମରେ ପଞ୍ଚାୟତ ପରିସରରରେ ବୃକ୍ଷରୋପଣ କରାଯାଇଥିଲା।ଏହା ସହ ପଞ୍ଚାୟତ ପରିସରରେ ଆରମ୍ଭ ହୋଇଥିବା ଚାରା ବିଚରଣ କେନ୍ଦ୍ର ରୁ ଜନସାଧାରଣ ମାଗଣାରେ ବିଭିନ୍ନ କିସମର ଚାରା ନେଇ ନିଜ ନିଜର ଖାଲି ସ୍ଥାନ ମାନଙ୍କରେ ଲଗାଇ ପରିବେଶକୁ ସୁରକ୍ଷା ଦେବାକୁ ସରପଞ୍ଚ ଇଂ ସାହୁ ମତପୋଷଣ କରିଥିଲେ। ଏହି ଅବସରରେ ୨୨-୨୩ ଆର୍ଥିକ ବର୍ଷରେ ଏମ ଏନ୍ ଆର୍ ଜି ଏସ ପାଣ୍ଠି ବିନିଯୋଗରେ ଜି ଜଗନ୍ନାଥପୁର ଠାରୁ ଅଳକାପୁରୀ ପ୍ରଯ୍ୟନ୍ତ ବନ ବିଭାଗ ତରଫରୁ ରୋପଣ ହେଇଥିବା ବୃକ୍ଷର ଯତ୍ନ ନେଇ ଥିବା ଶ୍ରମିକ ତ୍ରିନାଥ ଦାସ ଙ୍କୁ ପଞ୍ଚାୟତ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ କୈଳାଶ ସତପଥି, ସଂଗ୍ରାମ ଆଚାର୍ଯ୍ୟ, ଶିବାନୀ ପାତ୍ର, କାଳୁ ସାହୁ, ଗୋପାଲକୃଷ୍ଣ ଗୌଡ଼, ଦଣ୍ଡପାଣି ପାତ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ନାୟବ ସରପଞ୍ଚ ସମେତ ସମସ୍ତ ଓ୍ବାର୍ଡ ସଭ୍ୟ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories