Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ କମିସନର ଙ୍କ ଲକ୍ଷ୍ମୀପୁର ଗସ୍ତ: ୧୫ ମିନିଟ୍ ମୋବାଇଲ୍ ଲାଇଟ୍ ରେ ଅଭିଯୋଗ ଶୁଣିଲେ

ଲକ୍ଷ୍ମୀପୁର : ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ କମିସନର ପ୍ରୀତି ଭରଦ୍ବାଜ୍ ଦଲାଲ୍ ଆଜି ଦିନିକିଆ ଲକ୍ଷ୍ମୀପୁର ଗସ୍ତରେ ଆସି ବିଭିନ୍ନ ପ୍ରକାର ଅଭିଯୋଗ କୁ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ସକାଶେ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି।ଦିଲ୍ଲୀରୁ ସିଏ ସାଧାରଣ ଲୋକ ଓ ଶିଶୁ ମାନଙ୍କର ଅଭିଯୋଗ ଶୁଣିବାକୁ ଆସିଥିବା ବେଳେ ଯେଉଁ ପ୍ରକାର ଅଭିଯୋଗ ପହଞ୍ଚିବା କଥା ସେତିକି ଆସିନଥିବା କାରଣରୁ ବିଭାଗୀୟ ଅଧିକାରୀ ମାନଙ୍କ ଉପରେ ବର୍ଷିଥିଲେ।ବିଭାଗୀୟ ଅଧିକାରୀ ମାନେ ବର୍ଷା ର ବାହାନା ଦେଖାଇବା ଯୋଗୁଁ ଏ ଅଞ୍ଚଳ ବର୍ଷା ଅଞ୍ଚଳ,କୌଣସି ପ୍ରକାର ଝଡ,ତୋଫାନ୍ ତ ହୋଇନାହିଁ କାହିଁକି ଅଭିଯୋଗ ଆସିନାହିଁ ବୋଲି ତାଗିଦ୍ କରିଥିଲେ।ପ୍ରଥମ ପର୍ଯ୍ୟାୟରେ କେବଳ ୧୫ଟି ଅଭିଯୋଗ ଆସିଥିବାରୁ ସେମାନଙ୍କ ଅଭିଯୋଗ ସିଧାସଳଖ ଗ୍ରହଣ କରିବା ସହ ସୁବିଧା ଅସୁବିଧା ବୁଝି ତ୍ବରିତ ପଦକ୍ଷେପ ନେବା ସକାଶେ ଶିଶୁବିକାଶ ଅଧିକାରୀ ,ସ୍ଵାସ୍ଥ୍ୟ ଅଧିକାରି,ଶିକ୍ଷା ବିଭାଗ,ବ୍ୟାଙ୍କ କତୃପକ୍ଷ ଓ ଆଧାର ସମ୍ଵନ୍ଧୀୟ ତଥ୍ୟ ବୁଝୁଥିବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।କମିସନର ଙ୍କ ଅଭିଯୋଗ ଶୁଣାଣି ସମୟରେ ମଧ୍ୟ ବିଦ୍ୟୁତ୍ ବିଭ୍ରାଟ ହୋଇଥିବାରୁ ୧୫ ମିନିଟ୍ ମୋବାଇଲ୍ ଲାଇଟ୍ ରେ ଅଭିଯୋଗ ଗୁଡିକ ଶୁଣିଥିଲେ,ପରେ ଜେନେରେଟର ର ବ୍ୟବସ୍ତା କରାଯାଇଥିଲା।କମିଶନର ଙ୍କ ସହ ସିଏଲ୍ ଏନସିପିସିଆର୍ ସନ୍ଦିପ ଚୌଧୁରୀ,ଏନସିପିସି ରାଜ୍ୟ ଅଧ୍ୟକ୍ଷା ମନ୍ଦାକିନି କର,ଜିଲ୍ଲା ଶିଶୁ ବିଭାଗ ଅଧିକାରି ରାଜେଶ୍ଵରି ଦାସ ପ୍ରମୁଖ ରହିଥିବା ବେଳେ ଜିଲ୍ଲାର ସମସ୍ତ ଲାଇନ ଡିପାର୍ଟମେଣ୍ଟର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।ସୁରକ୍ଷା ଦୃଷ୍ଟିକୋଣରୁ ଅତିରିକ୍ତ ଆରକ୍ଷୀ ଅଧିକାରୀ ବଳଭଦ୍ର ଦିପ୍ ଙ୍କ ସହ ଲକ୍ଷ୍ମୀପୁର ଥାନା ଅଧିକାରି ଶ୍ଵେତ ପଦ୍ମା ସେଠ୍ ଙ୍କ ସହ ପୋଲିସ କର୍ମି ଉପସ୍ତିତ ଥିଲେ।ବିଡିଓ ପ୍ରିତିରଞ୍ଜନ ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ୭ଟି ଷ୍ଟଲର ବ୍ୟବସ୍ଥା କରାଜାଇଥିଲା।ଏଥିରେ ଶିକ୍ଷକ,ଶିକ୍ଷୟିତ୍ରୀ ଅଙ୍ଗନାବାଡି କର୍ମି ଓ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରି ମାନେ ସହଯୋଗ କରିଥିଲେ। ତୁନପାର ପଞ୍ଚାୟତ ସଦରର ଶୁବାସିନି ବାଘ ନାମକ ଜଣେ ବୃଦ୍ଧା ୫ ମାସ ଧରି ବାର୍ଦ୍ଧକ୍ୟ ଭତ୍ତା ପାଇ ନଥିବା ସହ ନିଜର ବାପ ମା ଛେଉଣ୍ଡ ନାବାଳକ ନାତିକୁ ପାଠ ପଢାଇବା ପାଇଁ ଅସମର୍ଥ ଥିବା ଅଭିଯୋଗ କରିଥିଲେ।ତୁରନ୍ତ ବୃଦ୍ଧାଙ୍କ ନାତିକୁ ଆଶ୍ରୀବାଦ ଯୋଜନାରେ ମାସିକ ୪ହଜାର ଟଙ୍କା ଓ ବୃଦ୍ଧାଙ୍କୁ ତୁରନ୍ତ ସମସ୍ତ ଭତ୍ତା ପଇସା ପ୍ରଦାନ ସହ ତାଙ୍କ ନାତିର ପାଠ ପଢା ଆଶ୍ରମ ବିଦ୍ୟାଳୟରେ କରାଇବାକୁ ଶିକ୍ଷା ବିଭାଗକୁ ନିର୍ଦ୍ଧେସ ଦେଇଥିଲେ।