Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝିନ ହିକକା ଦ୍ବିତୀୟଥର ହେଲେ କୋରାପୁଟ ବିଜେଡିର ଜିଲ୍ଲସଭାପତି

ଲକ୍ଷ୍ମୀପୁର : କୋରାପୁଟ ର ପୁର୍ବତନ ସାଂସଦ ତଥା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିରପୁର୍ବତନ ବିଧାୟକ ଝିନ ହିକକା ଦ୍ବିତୀୟ ଥର ସକାଶେ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଭାବେ ମନୋନିତ ହୋଇଛନ୍ତି।ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଆଜି ଘୋଷଣା କରିଛନ୍ତି।ଝିନ ହିକକା ୨୦୦୯ ମସିହାରେ ତାଙ୍କ ରାଜନୈତିକ ଜିବନ ଆରମ୍ଭ କରି ପ୍ରଥମ ସୋପାନ ରେ ହିଁ ୨୦୦୯ ମସିହାରେ କଂଗ୍ରେସ ପ୍ରାର୍ଥି ହେମା ଗମାଙ୍ଗ କୁ ପରାସ୍ତ କରି ଲକ୍ଷ୍ମୀପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ନିର୍ବାଚିତ ହେବାର ୨ ବର୍ଷ ପରେ ୨୦୧୧ ମସିହାରେ ମାଓବାଦିଙ୍କ ଅପହରଣ ପରେ ସେ କଡା ସୁରକ୍ଷା ମଧ୍ୟରେ ରହି ଆସୁଥିଲେ।୨୦୧୪ ମସିହାରେ ଦଳ ଆସ୍ତାପ୍ରକଟ କରି ଝିନଙ୍କୁ କୋରାପୁଟ ଲୋକସଭା ଆସନ ସକାଶେ ପ୍ରାର୍ଥି ଦିଆଯାଇଥିଲା।ଲୋକସଭା ନିର୍ବାଚନ ରେ କଂଗ୍ରେସ ର ଗିରିଧର ଗମାଙ୍ଗ ଙ୍କୁ ପରାସ୍ତ କରି ସେ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଈଥିଲେ।୨୦୧୬ସିହାରେ ଜିଲ୍ଲାପରିଷଦ ସଭାପତି ନିର୍ବାଚନ କୁ ନେଇ ଟଣାଓଟରା ହେବା ପରେ ପୁର୍ବତନ ଜିଲ୍ଲା ସଭାପତି ଜୟରାମ ପାଙ୍ଗି ବିବାଦରେ ଆସିଯାଈଥିଲେ,ଏପରିକି ଶ୍ରୀ ପାଙ୍ଗିଙ୍କୁ ଜିଲ୍ଲାସଭାପତି ପଦରୁ ହଟାଯାଈ ଝିନ ହିକକା ଙ୍କୁ ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ବ ଦିଆଯାଇଥିଲା।୨୦୧୯ ନିର୍ବାଚନ ପୁର୍ବରୁ ତାଙ୍କୁ ଜିଲ୍ଲା ସଭାପତି ରୁ ବାହାର କରାଯାଇ ଇଶ୍ବର ପାଣିଗ୍ରାହି ଙ୍କୁ ଦାୟିତ୍ବ ଦିଆଯିବା ପରେ ତାଙ୍କ ପତ୍ନି କୌଶଲ୍ୟା ହିକକା ଙ୍କୁ ଲୋକସଭା ସଦସ୍ୟ ପଦବି ସକାଶେ ନିର୍ବାଚନ ମୈଦାନ କୁ ଓଲ୍ଲାଇ ଦିଆଯାଇଥିଲା,ଝିନ ହିକକା ଙ୍କ ସେହିସମୟରେ ଦବଦବା ରହିଥିଲେ ମଧ୍ୟ ମହିଳା କାର୍ଡ ଖେଳି ମସ୍ତବଡ ଭୁଲ୍ କରିଥିବା ର ଫାଏଦା କଂଗ୍ରେସ କୁ ଚାଲିଯାଇଥିଲା, କୌଶଲ୍ୟା ହିକକା ଙ୍କୁ କଂଗ୍ରେସ ର ସପ୍ତଗିରି ପରାସ୍ତ କରିଥିଲେ।

୨୦୧୯ ରୁ ଦଳ ତରଫରୁ ସେମିତି କିଛି ଦାୟିତ୍ବ ଦିଆଯାଇନଥିଲେ ମଧ୍ୟ ଝିନ ଦଳରେ ରହି ସଂଗଠନ ପାଇଁ କାର୍ଯ୍ୟ କରିବା ସହ ଗତ ପଞ୍ଚାୟତ ନିର୍ବାଚନ ରେ ବନ୍ଧୁଗାଁ ବ୍ଲକର ଦାୟିତ୍ବ ନେଇ ୨ଟି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଙ୍କୁ ବିଜୟୀ କରାଇବାର ପ୍ରମୁଖ ଭୂମିକା ନେବା ସହ ଦଳ ର ଆସ୍ଥାଭାଜନ ହୋଈ ପାରିଥିଲେ.ବର୍ତମାନ ଦଳ ପୁଣି ଆସ୍ଥାପ୍ରକଟ କରି ତାଙ୍କୁ ଜିଲ୍ଲା ସଭାପତି ପଦବି ପ୍ରଦାନ କରିଥିବା ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଚାର ଶୁଅ ଛୁଟିଛି। ଯାହା ଶୁଣିବାକୁ ମିଳିଛି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିରେ ବିଜେଡିର ପ୍ରାୟ ଅଧାଡଜନ ରୁ ଅଧିକ ଆଶାୟୀ ପ୍ରାର୍ଥି ରହିଥିବା ବେଳେ ବର୍ତମାନ କେବଳ ଦୁଇ ଜଣ ହିଁ ବିଧାୟକ ପ୍ରାର୍ଥି ରେସ୍ ରେ ଥିବା ସଙ୍କେତ ମିଳିଛି।ଝିନ ହିକକା ଜିଲା ସଭାପତି ହେବା ପରେ ଲକ୍ଷ୍ମୀପୁର ସମେତ ଦଶମନ୍ତପୁର ପୋଡାଗଡ ଠାରେ ସମ୍ବର୍ଧନା ପ୍ରଦାନ କରାଯାଇଥିଲା…ବିଜେଡି ସାଧାରଣ ସମ୍ପାଦକ କୈଳାଶ କୁଲେସିକା,ଏସଡିସି ଅଧ୍ୟକ୍ଷ ତଥାପୁର୍ବତନ ସାଂସଦ ପ୍ରଦିପ ମାଝି,ପ୍ରସାଦ ଖରା,ରଞ୍ଜନ ଖରା ପଞ୍ଚାନନ ଟାକ୍ରି,ରାଜେଶ ଜାନି ଙ୍କ ସମେତ ଅନେକ କର୍ମୀ ପୁଷ୍ପଗୁଚ୍ଚ ପ୍ରଦାନ କରି ସମ୍ବର୍ଧନା ଦେଇଥିଲେ।