ରାଜ୍ୟର ଶିକ୍ଷା ବ୍ୟବସ୍ଥା ସ୍ଥିତି ନୈରାଶ୍ୟଜନକ; ୧୦ରୁ ୨୬କୁ ଖସିଲା ଓଡିଶା 


ଭୁବନେଶ୍ବର: ସାମ୍‌ନାକୁ ଆସିଲା ରାଜ୍ୟ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ଶିକ୍ଷା ବ୍ୟବସ୍ଥାରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ରହିଥିଲା। ଏଥର କିନ୍ତୁ ୨୬ତମ ସ୍ଥାନକୁ ଖସି ଆସିଛି ଓଡ଼ିଶା। ଏକାଥରକେ ୧୪ଟି ସ୍ଥାନ ତଳକୁ ଖସିଛି । ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ବା ପିଜିଆଇ ୨.୦ରେ ଏହା ପ୍ରକାଶ ପାଇଛି ।

ଏହି ପର୍ଫମାନ୍ସ ସର୍ଭେରେ ଶିକ୍ଷଣ ଫଳାଫଳ ଓ ଗୁଣବତା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା, ସମାନତା, ଶାସନ ପ୍ରକ୍ରିୟା ଓ ଶିକ୍ଷକ ଶିକ୍ଷା ଓ ତାଲିମ ବିଷୟକୁ ସାମିଲ କରାଯାଇଛି । ଯେଉଁଥିରେ ଓଡ଼ିଶା ସେତେ ଭଲ ପ୍ରଦର୍ଶନ କରିପାରି ନଥିବା ଜଣାପଡିଛି। ଓଡ଼ିଶା ମାତ୍ର ୫୧୭.୧ ସ୍କୋର ହାସଲ କରିଛି। ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୨୪ତମ ସ୍ଥାନରେ ରହିଛି ।