Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ନୂଆଁ ଫାସୁଳା ରେ ବୋମା ମାଡ଼, ବାପା ଓ ଦୁଇ ପୁଅ ସମେତ ୫ ଗିରଫ, ୮ ଗୋଟି ଜୀବନ୍ତ ବୋମା ଉଦ୍ଧାରB

ଖଲ୍ଲିକୋଟ–୭/୭–ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ନୂଆଁ ଫାସୁଳା ଗ୍ରାମରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ବୋମା ଫୁଟିଛି ।ଏହାକୁ ନେଇ ଲୋକେ ଭୟଭୀତ ହୋଇ ପଡିଛନ୍ତି ।ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆଁ ଫାସୁଳା ଗ୍ରାମର ଗନ୍ତେଇ ଗୌଡ଼ ଓ ଜି. ଜୟ ରାଉଳ ଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଶତ୍ରୁତା ଲାଗି ରହିଛି ।ଗତକାଲି ଅର୍ଥାତ ଗୁରୁବାର ରାତି ରେ ଗନ୍ତେଇ ଗୌଡ଼ ନିଜ ଘର ସାମନାରେ ଛିଡ଼ା ହୋଇଥିବା ବେଳେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଜି. ଜୟ ରାଉଳ(୭୦) ଓ ତାଙ୍କର ଦୁଇ ପୁତ୍ର ଜି. କାଳିଆ ରାଉଳ(୨୫),ଜି. ଡଲି ରାଉଳ(୨୨) ଏବଂ ତାଙ୍କର ଦୁଇ ସହଯୋଗୀ ସିଲୁ ପାହାନ(୨୩), କୋଦଳା କୁମୁଟି ସାହି ର ସତ୍ୟ ନାରାୟଣ ନାୟକ(୫୩) ସେଠାରେ ପହଞ୍ଚି ବିଭିନ୍ନ ଅଶ୍ରାବ୍ୟ ଭାଷା ରେ ଗାଳିଗୁଲଜ କରିବା ସହ ଜୀବନ ରୁ ମାରିଦେବା ଉଦ୍ଧେଶ୍ୟରେ ତାଙ୍କୁ ଲକ୍ଷ୍ୟ କରି ୩ ରୁ ୪ ଟି ବୋମା ଫିଙ୍ଗି ଥିଲେ ।ବୋମା ବିସ୍ଫୋରଣରେ ପ୍ରଚଣ୍ଡ ଶବ୍ଦ ହେବା ସହ ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ ।ଗନ୍ତେଇ ଗୌଡ଼ ଘର ଭିତରକୁ ଦୌଡି ପଳେଇବାରୁ ନିଜ ଜୀବନ ବଞ୍ଚି ଯାଇଥିଲା ।ସ୍ଥାନୀୟ ବାସିନ୍ଦା ବୋମା ଶବ୍ଦ ଶୁଣି ସେଠାରେ ଭିଡ଼ ଜମାଇ ବାରୁ ଅଭିଯୁକ୍ତ ମାନେ ଦୌଡି ପଳେଇ ଯାଇଥିଲେ ।ଆଜି ଏ ସମ୍ପର୍କରେ ଗନ୍ତେଇ ଗୌଡ଼ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିବା ପରେ ଥାନା କେସ ନମ୍ବର ୪୮୮/୨୦୨୩ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ।ଖଲ୍ଲିକୋଟ ଥାନା ର ଅତିରିକ୍ତ ଆଇଆଇସି ଅନୀଲ କୁମାର ପରିଡ଼ା, ଏସ ଆଇ ହିମାଂଶୁ ଶେଖର ପାତ୍ର, କନେଷ୍ଟବଳ ରୁଦ୍ର ପ୍ରସାଦ ଭଟ ମିଶ୍ର, ମନୋରଞ୍ଜନ ଦାସ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଙ୍କ ସହ ମିଶି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।ଘଟଣା ସ୍ଥଳରେ ପଡିଥିବା ବୋମା ଟୁକଡା କୁ ଜବତ କରିବା ସହ ସେଠାରେ ଏକ ଘରେ ବୋମା ଭିଡୁଥିବା ଖବର ପାଇ ପୋଲିସ ଟିମ ସେହି ଘର ଉପରେ ଚଢ଼ାଉ କରିଥିଲେ ।ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ସେଠାରୁ ୮ ଗୋଟି ଜୀବନ୍ତ ବୋମା ଉଦ୍ଧାର କରିଥିଲେ ।ଆଜି ଅପରାହ୍ନ ରେ ଗିରଫ ବାପା ଓ ଦୁଇ ପୁଅ ସମେତ ସେମାନଙ୍କ ଦୁଇ ସହଯୋଗୀ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories