Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାକୁଟୁ ଗାଁ ରେ ତାଲା ବନ୍ଦ ଘରକୁ ଟାର୍ଗେଟ, ଗ୍ରୀଲ ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ବ

ଖଲ୍ଲିକୋଟ–୮/୭–ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟୁ ଗାଁ ରେ ଗୁରୁବାର ବିଳମ୍ବିତ ରାତିରେ ଏକ ତାଲା ବନ୍ଦ ଘରୁ ଚୋରି ହୋଇଥିବା ଭେଜିପୁଟ ପୋଲିସ ଫାଣ୍ତିରେ ଅଭିଯୋଗ ହୋଇଛି । ତାଲା ବନ୍ଦ ଘରର ଗ୍ରୀଲ ଭାଙ୍ଗି ଦୁର୍ବୁତ୍ତ ନେଇ ଯାଇଛନ୍ତି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ । ମିଳିଥିବା ସୂଚନା ଅନୁଯାୟୀ ,ବାକୁଟୁ ଗାଁ ରୋଡ଼ ସାହିର ସାଗର ପ୍ରଧାନ ବିଦେଶରେ ରହୁଥିବା ବେଳେ ସାଗରଙ୍କ ମାଆ ମମତା ପ୍ରଧାନ ଘରେ ଏକା ରହୁଥିଲେ ।ଗୁରୁବାର ଦିନ ନାତିର ଦେହ ଖରାପ ଥିବା ଶୁଣି ମମତା ଘର କବାଟ ତାଲା ପକାଇ ଖାରିବନ୍ଧ ସମୁଦି ଘରକୁ ନାତି କୁ ଦେଖିବାପାଇଁ ଯାଇଥିଲେ ଏବଂ ରାତି ହୋଇଯିବାରୁ ସେଠାରୁ ଆଉ ଘରକୁ ଫେରି ନଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ବୁଧବାର ବିଳମ୍ବିତ ରାତିରେ କୌଣସି ଦୁର୍ବୁତ୍ତ ଘରର ଗ୍ରୀଲ ଭାଙ୍ଗି ଘର ଭିତରେ ଥିବା କିଛି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ଏସି, ଏଲଇଡି ଟିଭି, ଷ୍ଟାଣ୍ତ ଫ୍ୟାନ୍, ଇଣ୍ତକସନ ଚୁଲା ଓ ୩୦ ଖଣ୍ତ ଦାମି ଲୁଗା ଚୋରି କରି ନେଇଯାଇଛନ୍ତି । ଆଜି ସକାଳେ ଘରକୁ ଫେରିବା ପରେ ଗ୍ରୀଲ ଭଙ୍ଗାଯିବା ସହ ଘର ଭିତରେ ଜିନିଷ ସବୁ ଏଣେତେଣେ ବିଛାଡି ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । ଘରୁ ଚୋରି ହୋଇଥିବା ଜାଣିବା ପରେ ସାଗର ପ୍ରଧାନଙ୍କ ମାଆ ମମତା ପ୍ରଧାନ ଏସମ୍ପର୍କରେ ଭେଜିପୁଟ ଫାଣ୍ତି ରେ ଅଭିଯୋଗ କରିଥିଲେ । ଖବର ପାଇ ଭେଜିପୁଟ ଫାଣ୍ତି ଅଧିକାରୀ ଦେବାଶିଷ ମିଶ୍ର, କନେଷ୍ଠବଳ ଆନନ୍ଦ ସେଠୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ପରେ ସାଇଣ୍ଟିଫିକ୍ ଟିମ ଓ ଡଗ ସ୍କ୍ବାଡ଼ ପହଂଚି ଘଟଣା ସ୍ଥଳରେ ଛାନଭିନ କରିବା ସହ ତଦନ୍ତ ପ୍ରକ୍ରିୟାକୁ ଯୋରଦାର କରିଥିବା ଦେଖିବାକୁ ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories