Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱ୍ୱାଧିନତା ସଂଗ୍ରାମୀ ଦୟାନନ୍ଦ ଶତପଥି 126 ତମ ଜୟନ୍ତୀ ପାଳିତ l

ପଶ୍ଚିମ ଓଡିଶା ର ପ୍ରଖ୍ୟାତ. ସ୍ୱାଧୀନତା ସଂଗ୍ରାମୀ ତଥା ବାମଣ୍ଡା ପ୍ରଜା ଆନ୍ଦୋଳନ ର ଭଗୀରଥ ତଥା ବାମପନ୍ଥୀ ଆନ୍ଦୋଳନ ର ପୁରୋଧା ସ୍ବର୍ଗତ ଦୟାନନ୍ଦ ଶତପଥି ଙ୍କ 126 ତମ. ଜୟନ୍ତୀ ଚଳିତ 8 ତାରିଖ ଦିନ ସମ୍ବଲପୁର ଠାରେ ଓଡିଶା ସାଂସ୍କୃତିକ ସମାଜ ତଥା ସ୍ୱାଧୀନତା ସଂଗ୍ରାମୀ ହଲ ରେ ଅନୁଷ୍ଠିତ ହୋଇଯାଇଛି l ଦୟାନନ୍ଦ ସ୍ମୁତି କମିଟି ର ସଭାପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଜନ ସଭା ରେ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରଫେସର ବିଜୟ ବହିଦାର, ଅନ୍ୟତମ ଅତିଥି ଭାବେ ପୂର୍ବତନ ସାଂସଦ ଭବାନୀ ହୋତା , ପ୍ରଫୁଲ ହୋତା, ମଂଚାସୀନ ଥିଲେ l ଆଲୋଚନା ଚକ୍ର ରେ ବିବିଧତା. ସମାନତା,ଓ ସମ୍ବିଧାନ ଶୀର୍ଷକ ଉପରେ ମୁଖ୍ୟ ବକ୍ତା ପ୍ରଫେସର ବହିଦାର ଭାରତ ର ସମ୍ବିଧାନ କୌଣସି ମଗା ଜଚା ସମ୍ବିଧାନ ବା borrowed ନୁହେଁ ବୋଲି ମତା ମତ ଦେଇଥିଲେଲ ଚଳିତ ବର୍ଷ ର. ଦୟାନନ୍ଦ ସଂମାନ ଚାଷୀ ନେତା ଅଶୋକ ପ୍ରଧାନ ଙ୍କୁ ପ୍ରଦାନ କରାଯାଇଥିଲା l ଶେଷରେ ସଂଜୀବ ପାଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ସମ୍ବଲପୁର ସହର ରେ ମୁଖ୍ୟ ରାସ୍ତା ରେ ଦୟାନନ୍ଦ ଶତପଥି ଙ୍କ ମୂର୍ତ୍ତି ରାଜ୍ୟ ସରକାର ଙ୍କ ଦ୍ୱାରା ସ୍ଥାପିତ କରାଯିବା ପାଇଁ ଉପସ୍ଥିତ ଶତାଧିକ ନାଗରିକ ଦ୍ୱାରା ଠିଆ ହୋଇ ପ୍ରସ୍ତାବ ପାରିତ ହୋଇ ଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories