ସମ୍ବଲପୁର:ସମ୍ବଳ ପରିବାର ଦ୍ଵାରା ଆଜି ୨ଟି ଅଜଣା ଶବ ସତ୍କାର କରାଯାଇଛି l ରେଳବାଇ ପୋଲିସ ଦ୍ଵାରା ଆନୁମlନିକ୍ ୪୦ ବର୍ଷୀୟା ମହିଳା ଙ୍କ ଶବକୁ ଗତ ୪ତାରିଖରେ ଦେଓବାହାଲ (ବରଗଡ)ରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ବୁର୍ଲା ଶବ ଗୃହରେ ରଖିଥିଲେ l ସେହିପରି ସେହିଦିନ ଠେଲକୋଳି ଥାନା ୪୫ ରୁ ୫୦ ବର୍ଷୀୟ ଜଣେ ବ୍ୟକ୍ତି ର ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ବୁର୍ଲା ମେଡିକାଲର ଶବ ଗୃହ ରେ ରଖିଥିଲେ l ଉଭୟ ଶବର କେହି ନିଜ ଲୋକ ନ ଆସିବାରୁ ଆଜି ଉଭୟ ଶବକୁ ଶବସତ୍କlର ପାଇଁ ସମ୍ବଳ ପରିବାରକୁ ଲିଖିତ ଅନୁରୋଧ କରାଯାଇଥିଲା l ସମ୍ବଳ ପରିବାର ଦ୍ଵାରା ଦୁଇ ଶବ କୁ ଆଣି କମଲିବଜାର ସ୍ଥିତ ରାଜଘାଟରେ ସମ୍ମାନ ର ସହିତ ଶବ ସତ୍କାର କରାଯାଇଛି।
୨ ଅଜଣା ଶବର ସତ୍କାର କଲା ସମ୍ବଳ
