Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମାନୁଭୂତି ହିଁ ସମାଜ ଦର୍ଶନ

ସମ୍ବଲପୁର:ସମାନଭୂତି ହିଁ ସମାଜର ଦର୍ପଣ। ଯାହା ଦର୍ଶନ ଭଳି ପ୍ରତିଫଳିତ ହେବ। ଏଭଳି ଦର୍ଶନ ମିଳିଛି ସ୍ଥାନୀୟ ପବ୍ଲିକ ଲାଇବ୍ରେରି ଠାରେ ରାଷ୍ଟ୍ରଗଠନ ରେ ଯୁବ ପ୍ରସ୍ତୁତି ଧାରାବାହିକ ପ୍ରଶିକ୍ଷଣ ଶିବିରରେ। ପଞ୍ଚଦଶ ସପ୍ତାହର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମା ଵାଗଦେବୀଙ୍କ ପୂଜା ଓ ବିଶ୍ୱଶାନ୍ତି ପ୍ରାର୍ଥନା ପରେ ଆଜିର ପ୍ରଶିକ୍ଷକ ପ୍ରାକ୍ତନ ଇଂରାଜୀ ବିଭାଗର ପ୍ରଫେସର କାମଦେବ ସାହୁ ସମବେଦନା ସହାନୁଭୂତି ଓ କରୁଣା ଶୀର୍ଷକ ପ୍ରସଙ୍ଗ ଉପରେ ତାଙ୍କର ଶିକ୍ଷାଦାନ ଆରମ୍ଭ କରି ଖେଳ ଓ ପ୍ରଶ୍ନାବଳୀ ମାଧ୍ୟମରେ ପିଲାଙ୍କୁ ସାମିଲ କରି ସହାନୁଭୂତି, ସମାନୁଭୁତି ଓ ଅନୁକମ୍ପା ର ବିଭିନ୍ନ ଉଦାହରଣ ସହ ପ୍ରସଙ୍ଗ ମାନ ଉପସ୍ଥାପନ କରି ପିଲାଙ୍କୁ ଅନ୍ୟମାନଙ୍କ ଦୁଃଖରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଦ୍ଵିତୀୟ ଅଧିବେଶନ କୁ ଆରମ୍ଭ କରି ଭିସୁଟ ବୁର୍ଲା ର କମ୍ପୁଟର ବିଜ୍ଞାନ ବିଭାଗର ପ୍ରଶିକ୍ଷକ ଡ଼. ମନୋଜ କୁମାର ପଟେଲ ଓ ଶ୍ରୀ ଦେବାଶିଷ ମିଶ୍ର କମ୍ପ୍ୟୁଟର ର ବିଭିନ୍ନ ଅଂଶର ନାମ ଏହାର ଗଠନ ତଥା କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରି ଚିତ୍ରସହ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ରାଜେନ୍ଦ୍ର କୁମାର ପଣ୍ଡା ସମଗ୍ର ବ୍ୟବସ୍ଥା କୁ ପରିଚାଳନା କରିଥିଲେ। ପିଲାଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠାନ ର ସଭାପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ,ପ୍ରଫେସର ମୁରଲୀଧର ପ୍ରେମନାଥ ନାୟକ,ଡାକ୍ତର ଲକ୍ଷ୍ମୀ ନାରାୟଣ ରଥ, ପ୍ରଫେସର.ରବିନାରାୟଣ ମିଶ୍ର ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା,ଉଦିତ ଚନ୍ଦ୍ର ପାଟଯୋଶୀ ଓ ଗୋଳକ ବିହାରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥଵା ବେଳେ ଅଭିନନ୍ଦନ ତ୍ରିପାଠୀ ଓ ବିଜୟ କୁମାର ସାହୁ କାର୍ଯ୍ୟକ୍ରମ କୁ ଅଭାଷୀ ପ୍ରସାରଣ ପାଇଁ ବୈଷୟିକ ସାହାଯ୍ୟ ଯୋଗାଇଥିଲେ।ଆଜିର ପ୍ରଶିକ୍ଷଣ ଶିବିର ରେ ମୋଟ ୨୬ ଟି ହାଇସ୍କୁଲ ରୁ ୨୮ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।ଶେଷର ଧନ୍ୟବାଦ ଓ ଜାତୀୟ ସଙ୍ଗୀତ ପରେ କାର୍ଯ୍ୟକ୍ରମ ଶେଷ ହେବା ସଂଗେ ପିଲାଙ୍କ ଅନୁରୋଧ କ୍ରମେ ଆସନ୍ତା ରବିବାର ତା.୧୬.୭.୨୩ ଠାରୁ ଏହି କାର୍ଯ୍ୟକ୍ରମ ସକାଳ ୮.୩୦ ପରିବର୍ତ୍ତେ ୮.୦୦ ରୁ ଆରମ୍ଭ କରବାକୁ ଲାଇବ୍ରେରି ତରଫରୁ ସୂଚନା ଦିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ