Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ୍ ଗଠନ ପାଇଁ ବାରମ୍ବାର ଉଠୁଛି ଦାବି

ସମ୍ବଲପୁର:ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚୁ। ଲୋକଙ୍କ କାମ କରୁ।ଦୂରତା,ଯାନ ବାହାନର ଅଭାବ,ସାମାଜିକ ସୁରକ୍ଷା,ଗମନାଗମନର ଅଦୁରଦର୍ଶିତା ଓ ଭୌଗଳିକ ପରିସ୍ଥିତିକୁ ଆଖି ଆଗରେ ରଖି ତୃଣମୂଳ ସ୍ତରର ନେତୃତ୍ୱ ନେଉଥିବା ସରପଞ୍ଚ୍ ମାନେ ଆଜି ହୋଇଥିଲେ ଏକାଠି। ଘଟଣା,ଦୂର୍ଘଟଣା,ଆର୍ଥିକ ସମସ୍ୟା,ଛାୟା ମାନଙ୍କ ସହଯୋଗ ଭଳି ବିଭିନ୍ନ ସମସ୍ୟାକୁ ଏଡାଇ ଏକ ସ୍ୱଚ୍ଛ ଓ ନିର୍ମଳ ଜନ ସମୃଦ୍ଧିର ବିକାଶକୁ ଆଖି ଆଗରେ ରଖି ବ୍ଲକ୍ ପୁନଃର୍ଗଠନ ଏକ ମୂଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ସରକାର ଏହାକୁ ଏଡାଇ ଦେବା ଗୋଟିଏ ଅଞ୍ଚଳର ବିକାଶର ପ୍ରତିବନ୍ଧକ ବୋଲି ମତ ପ୍ରକାଶ ପାଇଛି। ଯୁଯୋମୁରା ଓ ଜମନକିରା ଭଲି ଦୁଇଟି ବ୍ଲକ୍ ର କେବଳ ଏଭଳି ସମସ୍ୟା ରହିନି ବରଂ ମାନେଶ୍ୱର ବ୍ଲକର ନୂଆଁ ତିହୁରା ମଧ୍ୟ ଏଭଳି ସଂକଟରେ ଘାରି ହେଉଛି।ଏହାକୁ ଆଖି ଆଗରେ ରଖି ଦୂରଦୃଷ୍ଟି ସଂପନ୍ନ କିଛି ସରପଞ୍ଚ୍ ନିଜର ସ୍ୱର ଉତ୍ତୋଳନକୁ ସାଥ୍ ଦେଇଛନ୍ତି ଅଞ୍ଚଳର ସମାଜବିତ୍ ମାନେ। ୨ ଟି ଭିନ୍ନ ଦିଗ ଓ ୨ ଜାତୀୟ ରାଜପଥକୁ ଅତିକ୍ରମ କରି ଯୁଯୋମୁରା, ଜମନକିରା ଓ ମାନେଶ୍ୱର ବ୍ଲକ୍ ର କେତେକ ପଞ୍ଚାୟତ ମାନଙ୍କୁ ଏକାଠି କରି ସ୍ୱତନ୍ତ୍ର ବ୍ଲକ୍ ଗଠନ କରିବା ସରକାରଙ୍କ ପାଇଁ ଏକ ଦକ୍ଷତାର ପରିଚୟ। ଏଭଳି କ୍ଷେତ୍ରରେ ଯୁଯୋମୁରା ବ୍ଲକ୍ ର କୁକୁଡାପାଲି, ଜୟନ୍ତପୁର,କବରାପାଲି,ବାହାମ, ଘେନୁପାଲି,ନୂଆଁ ବରଙ୍ଗାମାଲ, ମେଘପାଳ,ଛାମୁଣ୍ଡା,ଟାମ୍ପରଗଡ ଓ ଡଙ୍ଗରପଡା ସହିତ ଜମନକିରା ବ୍ଲକ୍ ର କୁଲୁଣ୍ଡି,ମୁଣ୍ଢେନପାଲି ଓ ଖରସନମାଲ ପଞ୍ଚାୟତକୁ ମିଶାଇ ଏକ ସ୍ୱତନ୍ତ୍ର ବ୍ଲକ୍ ଗଠନ ପାଇଁ ୧୯୯୬ ମସିହାରୁ ଦାବି ହେଉଛି। ଅବଶ୍ୟ ଏହି ଯୁକ୍ତି ଯୁକ୍ତ ଦାବି ପଛରେ ମାନେଶ୍ୱର ବ୍ଲକ୍ ର ନୂଆଁ ତିହୁରା ପଞ୍ଚାୟତର ମଧ୍ୟ ଆଭ୍ୟନ୍ତରିଣ ସମର୍ଥନ ରହିଥିବା ଶୁଣା ଯାଉଛି। ଏଭଳି ଏକ ଦାବି ନେଇ ରାଜ୍ୟ ସରକାରଙ୍କ ମନୋନିତ ୫ ଟି ସଚିବଙ୍କ ସମ୍ବଲପୁର ଆଗମନ ସମୟରେ ସରପଞ୍ଚ୍ ସମୁହ ଏକ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ବାହାମ ପଞ୍ଚାୟତ ଜୟ ଦୂର୍ଗା ପାଠାଗାର ଠାରେ ସରପଞ୍ଚ ସରସ୍ୱତୀ ଭୋସାଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେବଳ ଏଭଳି ମତ ପ୍ରକାଶ ପାଇନି ବରଂ ଯୁଯୋମୁରା ବ୍ଲକ୍ ର ଗତ ସମିତି ବୈଠକରେ ଯୁଯୋମୁରା ଯୋନ ୱାନକୁ ନେଇ ଏକ ବ୍ଲକ୍ ଗଠନ ପାଇଁ ପ୍ରସ୍ତାବ ଆଗତ କରିବା ହେବା ପରେ ଏହା ପାରିତ ହୋଇଥିବା ଆଜିର ବୈଠକରେ ଆଲୋଚନା ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ