Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରୋଟେକ୍ସନ ଡେମୋକ୍ରେସୀ ହୁମାନରାଇଡ୍ସ ଅଫ ଇଣ୍ଡିଆର ସାଧାରଣ ସଭା

ସମ୍ବଲପୁର: ହାଉସିଂ ବୋର୍ଡ କଲୋନୀରେ ଥିବା, ପ୍ରୋଟେକ୍ସନ ଡେମୋକ୍ରେସୀ, ହୁମାନରାଇଡ୍ସ ଇଣ୍ଡିଆ ର କାର୍ଯ୍ୟାଳୟ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି.! ଏହି ସଭାର ପରିଚାଳକ ଥିଲେ, ପ୍ରୋଟେକ୍ସନ ଡେମୋକ୍ରେସୀ ହ୍ୟୁମାନ ରାଇଡ୍ସ ଅଫ ଇଣ୍ଡିଆ ର ରାଜ୍ୟ ସଭାପତି ଶ୍ରୀ ଆଲୋକ କୁମାର ଦାସ ତଥା ନାସନାଲ ଏକ୍ସଜିକୁଟିଭ ତଥା ଭାଇସ ପେଟ୍ରୋନ, ଡ଼. ସୁଧାଂଶୁ ପୂଜାରୀ, କିଭଳି ଆମେ ମାନବ ଅଧିକାର ପାଇଁ ଲଢେଇ କରିବା, ଏବଂ ମାନବ ର ଅଧିକାର ପାଇଁ, ଆମ ସମ୍ବିଧାନ ରେ କେଉଁ ଭଳି ଧାରା ରହିଛି ସେ ବିଷୟରେ ସମ୍ୟକ ଧାରଣା ଦେଇଥିଲେ.! ତତ ସହିତ ସଭାରେ ଉପସ୍ଥିତ ଅନ୍ୟ ସଭ୍ୟ, ସଭ୍ୟା ଗଣ ମାନବ ଅଧିକାର ବିଷୟରେ ନିଜ ନିଜର ମତ ବ୍ୟକ୍ତ କରିବା ସହିତ, ପରିଚୟ ପ୍ରଦାନ କରିଥିଲେ। ଏହି ସଭାରେ ଉପସ୍ଥିତ ସଭ୍ୟ, ସଭ୍ୟା ମାନେ ହେଲେ, ନୁରୀ ନର୍ସିଦା-ସାଧାରଣ ସମ୍ପାଦିକା, ପି ଡି ଏଚ ଆର ଆଇ, ସହ ସମ୍ପାଦିକା – ଶିବପ୍ରିୟା ସାହୁ ପି ଡି ଏଚ ଆର ଆଇ, ନାରାୟଣ ମେହେର, ତ୍ରି ବିକ୍ରମ ପୋଢ଼, ଏମ ଡି ଅମୀର ଖାଁ, ପୁର୍ଣିମା ଓରାମ, ସସ୍ମିତା ଦୀପ, ଲିଲିମା ମଲିକ, ପୂଜା ଓରାମ ଓ କାର୍ତିକ ବହିଦାର ଆଦି ଉପସ୍ଥିତ ଥିଲେ।ସର୍ବଶେଷରେ ସାଧାରଣ ସହ ସମ୍ପାଦିକା ଶିବପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ, ଓ ରାଜ୍ୟ ସଭାପତି ଆଲୋକ କୁମାର ଦାସ ସଭା ସାଙ୍ଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ